
ବାରିପଦା -ଉଦଳ।( କ ବ୍ୟୁ )
ତା୨୭/୦୫/୨୦୨୬ :
କଂଗ୍ରେସ ଦ୍ୱାରା ଆଜି ସ୍ଥାନୀୟ(ହୋଟେଲ) ସିପ୍ରନ ଇନ ବୈଠକ ଗୃହରେ ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲାର କଂଗ୍ରେସର ଉପସ୍ଭାପତି ନାରାୟଣ ପଟ୍ଟନାୟକ ସମ୍ବାଦିକ ସମ୍ମିଳନୀ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ବିଷଦ ବିବରଣୀ ରଖିଥିଲେ । ସରସ୍ୱତୀ ମେଳା ପୂର୍ବରୁ ପ୍ରଶାସନ ରାସ୍ତା ପ୍ରଶସ୍ତିକରଣ ନାମରେ ଦୋକାନୀମାନଙ୍କୁ ଉଚ୍ଛେଦ କରିଛି । ତେବେ ଆଜି ପର୍ଯ୍ୟନ୍ତ ଥଇଥାନ ନ କରି ଭେଣ୍ଠିଂ ଜୋନ ମାଧ୍ୟମରେ ଉଦଳା ହାଇସ୍କୁଲର ଜାଗା ନେଇ ଥଇଥାନ କରିବାକୁ ଚିନ୍ତା କରୁଥିବାକୁ ବିରୋଧ କରିଛନ୍ତି । କାରଣ ଦର୍ଶାଇବାକୁ ଯାଇ ଉଦଳା ଥାନା ଛକ ବସଷ୍ଟାଣ୍ଡ ରେ ଥିବା ଭେଣ୍ଡିଂ ଜୋନ ପୂର୍ତ୍ତ ବିଭାଗ ସ୍ଥାନରେ କରି ପୁଣି ଥାନା ବା ଗୃହ ବିଭାଗ ସ୍ଥାନରେ କରାଯାଉଛି । ତେବେ ତାହା କେତେ ଦିନ ? ଯଦି ଉଦଳା ଉନ୍ନତି କଥା ଶାସକ ଦଳ ବିଧାୟକ ଓ ଏନ.ଏ.ସି. ଅଧ୍ୟକ୍ଷା ଚିନ୍ତା କରୁଛନ୍ତି ତେବେ ଦୋକାନୀମାନଙ୍କ ଦୀର୍ଘ ସ୍ଥାୟୀ କଥା ଚିନ୍ତା ନ କରି ଦୋକାନୀମାନଙ୍କୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଇଲେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଯିବ । ଉଦଳା ର ଉନ୍ନତି ତଥା ଦୋକାନୀ ମାନଙ୍କୁ ଥଇଥାନ ନେଇ କୌଣସି ବିରୋଧ କରାଯାଉନାହିଁ । କିନ୍ତୁ ତାଙ୍କୁ ଯେଉଁଭଳି ଭାବେ ଅସ୍ଥାୟୀ ଭାବେ ଥଇଥାନ କରାଯାଉଛି ତାକୁ ନେଇ ବିରୋଧ କରାଯାଉଛି । ଦରକାର ପଡ଼ିଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୌଖ୍ୟନାରାୟଣ ଦାସ ଉଦଳା ଟାଉନ କଂଗ୍ରେସ ସଭାପତି ଓ ସେକ କାଲୁମୁଦ୍ଦିନ ଉଦଳା ବ୍ଲକ କଂଗ୍ରେସ ସଭାପତି ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ଭିତରେ ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଦୁଖିଶ୍ୟାମ ମୁର୍ମୁ, ବରିଷ୍ଠ ସଦସ୍ୟ ଉତ୍ତମ କୁମାର ବେହେରା ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)