“ଉତ୍କଳ କରାଟେ ସ୍କୁଲ ମୟୂରଭଞ୍ଜ ମୁଖ୍ୟ ଶାଖାରେ ବେଲ୍ଟ ପରୀକ୍ଷା ଅନୁଷ୍ଠିତ”

ବାରିପଦା( କ ବ୍ୟୁ )ତା୨୬/୦୫/୨୦୨୬ :
ମୟୂଭଞ୍ଜର ବାରିପଦା ସ୍ଥିତ ଉତ୍କଳ କରାଟେ ସ୍କୁଲ ମେନ ଡୋଜୋ (ଦାର୍ଗାଡାହି ସ୍ଥିତ ଯୁବ୍ଲି ପେଟ୍ରୋଲ ପମ୍ପ ପାଖ ) ଠାରେ ଗତ 24 ତାରିଖରେ କରାଟେ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୮୨ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଛନ୍ତି। ଉତ୍କଳ କରାଟେ ସ୍କୁଲର ମୁଖ୍ୟ ତଥା ପ୍ରତିଷ୍ଠାତା ହାନ୍‌ସି ଡ. ହରି ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସେନସେଇ ଖାରବେଳ ମଲ୍ଲିକ, ସନ୍ତୋଷ ମହାରଣା, ସୁଶାନ୍ତ ବାରିକ, ଶ୍ରୀକାନ୍ତ ବାରିକ ଏବଂ ରଞ୍ଜନ କୁମାର ପୃଷ୍ଟି ପରୀକ୍ଷା ପରିଚାଳନା କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *