ଜନଭାଗୀଦାରୀ ଅଭିଯାନରେ ସ୍ୱଚ୍ଛତା ସଚେତନତା ଓ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କଟକ,  ( କ ବ୍ୟୁ ) ତା ୨୧.୦୫.୨୦୨୬ ରିଖ : ଜନ ଜାତୀୟ ଗରିମା ଉତ୍ସବ ଅବସରରେ ଦେଶବ୍ୟାପୀ ଚାଲିଥିବା ଜନ ଭାଗୀଦାରୀ – ସବସେ ଦୂର ସବସେ ପେହଲେ ବା ସବୁଠାରୁ ଦୂରରେ ସର୍ବପ୍ରଥମେ ଅଭିଯାନ ଅନ୍ତର୍ଗତ ଆଜି କଟକ ଜିଲ୍ଲାର ଆଠଗଡ ବ୍ଲକ ରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସରପଞ୍ଚ, ପିଆରଆଇ ସଦସ୍ୟ,ଏଡିଇଓ, ଡବ୍ଲୁଇଓ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ। ଜନ ଶୁଣାଣିରେ ବିଭିନ୍ନ ବିଭାଗ ସମ୍ପର୍କିତ ବ୍ୟକ୍ତିଗତ ଏବଂ ସାମୂହିକ ମୋଟ ୧୩ଟି ଅଭିଯୋଗ ହସ୍ତଗତ ହୋଇଥିଲା।

ସେହିପରି ବଡ଼ମ୍ବା ବ୍ଲକରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଗ୍ରାମବାସୀ ମାନେ ଅଂଶଗ୍ରହଣ କରି ଗ୍ରାମ ପରିବେଶ ସଫାସୁତୁରା କାର୍ଯ୍ୟ କରିବା ସହ ଲୋକମାନଙ୍କୁ ପରିଷ୍କାର-ପରିଚ୍ଛନ୍ନତା ସମ୍ପର୍କରେ ସଚେତନ କରିଥିଲେ l ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବ୍ଲକର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *