“ଫାଇନାନ୍ସ କର୍ମଚାରୀଙ୍କ ଗୁଣ୍ଡାରାଜ ଘଟଣାରେ ଆକ୍ରମଣକରି ଜଣେ ଫାଇନାନ୍ସ କର୍ମଚାରୀ ଗିରଫ”

ବାରପଦା/ଉଦଳା( କ ବ୍ୟୁ ) ତା୨୦/୦୫/୨୦୨୬ : ବକେୟା କିସ୍ତି ପାଇଁ ବାଇକ ଅଟକାଇବା ସହିତ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମୁଣ୍ଡରେ ବିଅର ବୋତଲ ମାରି ଗୁରୁତର କରିବା ଘଟଣାରେ ପୋଲିସ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଫାଇନାନ୍ସ କର୍ମଚାରୀ ହେଲେ ସନାତନ ବେହେରା। ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କ ବେଲ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ସରକାରୀ ଓକିଲ ରବିନ ପଟ୍ଟନାୟକ ଏହି ମାମଲାକୁ ପରିଚାଳନା କରିଥିଲେ। ସୂଚନା ଅନୁସାରେ, ମଙ୍ଗଳବାର ଖୁଣ୍ଟା ଥାନା ନହରା ଅଞ୍ଚଳର ରଂଜିତ ବେହେରାଙ୍କ ବାଇକ ର କିସ୍ତି ବକେୟା ଥିବା ବେଳେ ତାଙ୍କ ଗାଡି କୁ ଫାଇନାନ୍ସ କର୍ମଚାରୀ ମାନେ ଅଟକାଇ ସାଙ୍ଗରେ ନେଇଯାଇଥିଲେ। ଆଉ ଟଙ୍କା ଦେବା ପ୍ରତି ବଦଳରେ ରଂଜିତ ରସିଦ ମାଗିଥିଲେ, ଯାହା ପରେ ଫାଇନାନ୍ସ କର୍ମଚାରୀମାନେ ପ୍ରାଣାନ୍ତକ ଆକ୍ରମଣ କରିବା ସହିତ ରଂଜିତ ଙ୍କ ମୁଣ୍ଡରେ ବିଅର ବୋତଲ ଭାଙ୍ଗିଥିଲେ। କେଉଁଥିରେ ରଂଜିତ ଗୁରୁତର ହୋଇଥିଲେ ଏବଂ ଏହାକୁ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେଶ ନମ୍ବର – ୧୯୨/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ଜଣେ କର୍ମଚାରୀ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ୮ ରୁ ୯ ଜଣଙ୍କ ନାମରେ ଏତଲା ହୋଇଥିଵା ବେଳେ ଜଣେ ଗିରଫ ହୋଇଛି ଏବଂ ଅନ୍ୟମାନେ ଫେରାର ରହିଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *