ଛିନତାଇ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାରିପଦା -ଉଦଳା( କ ବ୍ୟୁ )
ତି୨୦/୦୫/୨୦୨୬ : ଶରତ ଥାନା ଅଞ୍ଚଳରେ ଛିନତାଇ ଅଭିଯୋଗ ଶରତ ପୋଲିସ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଭଦ୍ରକ ଅଞ୍ଚଳ ସୌମ୍ୟରଞ୍ଜନ ଦାସ ଗତ ତା୨୭-୦୪-୨୦୨୬ରିଖରେ ଶରତ ଅଞ୍ଚଳକୁ ଆସି କାମ କରିବାକୁ ଲୋକ ଆବଶ୍ୟକ ଥିବାର ପ୍ରକାଶ କରିଥିଲେ । ୩ ଅଭିଯୁକ୍ତ ବାରସିଂ ଖୁଣ୍ଟିଆ, ବୀଜୟ ସିଂ ଓ ବାମିଆ ସିଂ ଶ୍ରୀ ଦାସଙ୍କୁ ଶରତ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲାଇବା ସହିତ ଶେଷରେ କାଳଡ଼େମ ଅଞ୍ଚଳକୁ ନେଇ ସେଠାରେ ଭୁଜାଲି ଓ କଟୁରୀ ଦେଖାଇଥିଲେ । ହାଜିଦେବାକୁ ଧମକ ଦେବା ସହିତ ଶ୍ରୀ ଦାସଙ୍କ ନିକଟରୁ ୧୦ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ନେଇଯାଇଥିଲେ । ଭୟରେ ଶ୍ରୀ ଦାସ ଘରକୁ ଫେରି ଯାଇ ପରେ ତା୨-୦୫-୨୬ରିଖରେ ଶରତ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଶରତ ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା, ଏକ କଟୁରୀ ଓ ସେହି ସମୟରେ ବ୍ୟବହୃତ ହୋଇଥିବା ମଟର ସାଇକେଲକୁ ଜବତ କରିଛନ୍ତି । ୩ ଅଭିଯୁକ୍ତଙ୍କୁ ଆଜି ଉଦଳା ଏସ.ଡ଼ି.ଜେ.ଏମ. କୋର୍ଟରେ ହାଜର ପରେ ସରକାରୀ ଓକିଲ ରବୀନ କୁମାର ପଟ୍ଟନାୟକ ବେଲ ଖାରଜ ପାଇଁ ଆବେଦନ କରିଥିଲେ । ଉଭୟ ଓକିଲଙ୍କ ମତ ପରେ କନିଷ୍ଠ ଦୌରାଜଜ ଅନୁରାଗ ଦେହୁରୀ ଅଭିଯୁକ୍ତମାନଙ୍କ ବେଲ ଖାରଜ କରିବା ସହିତ ହାଜତ କୁ ପଠାଇଦେଇଛନ୍ତି ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *