ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଓଡିଆ ବିଭାଗ ସହଯୋଗରେ ଉତ୍କଳ ସାହିତ୍ୟ ସମାଜର ମୟୂରଭଞ୍ଜ ଶାଖା ଦ୍ବାରା ସାହିତ୍ୟ ସମାଜର ୧୨୪ତମ ସ୍ବନକ୍ଷତ୍ର ଦିବସ ପାଳିତ

ବାରିପଦI ( କ ବ୍ୟୁ ) ତା୦୭/୦୫/୨୦୨୬ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସହଯୋଗରେ ବିଭାଗର ସମ୍ମିଳନୀ କକ୍ଷରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ମୟୂରଭଞ୍ଜ ଶାଖାଦ୍ବାରା ସାହିତ୍ୟ ସମାଜର ୧୨୪ ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସ୍ତମ୍ଭକାର ତଥା ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ ଯୋଗଦାନ କରି ଓଡ଼ିଶା ଗଠନରେ ମୟୂରଭଞ୍ଜର ଅବଦାନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଆଞ୍ଚଳିକ ମହାବିଦ୍ୟାଳୟ ଗଡିଆର ଅବସରପ୍ରାପ୍ତ ଅଧ୍ୟକ୍ଷ ସାହିତ୍ୟିକ ରାଜେନ୍ଦ୍ର ସାମଲ ଯୋଗଦାନକରି ଭାଷାସାହିତ୍ୟ ପ୍ରତି ମୟୂରଭଞ୍ଜର ଅବଦାନ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଉତ୍କଳ ସାହିତ୍ୟ ସମାଜର ଉତ୍ତର ଓଡ଼ିଶା ଶାଖାର ଉପସଭାପତି ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ସିଂହଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବାରିପଦା ପୂଜ୍ୟପୂଜା ସାହିତ୍ୟ ଅନୁଷ୍ଠାନର ସଂପାଦିକା ଭାସ୍ବତୀ ବାରିକ ସମ୍ମାନିତ ଅତିଥିଭାବରେ ଯୋଗଦାନ କରି ବାରିପଦାରେ ସାହିତ୍ୟର ପରିବେଶ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏଥିରେ ବିଶ୍ଵବିଦ୍ୟାଳୟ ଓଡିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ଓଡ଼ିଆ ଭାଷା ବିକାଶ ଏବଂ ଉତ୍କଳ ସାହିତ୍ୟ ସମାଜ ନିର୍ମାଣରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରହିଥିବା ଅବଦାନ ସମ୍ପର୍କରେ ଚର୍ଚ୍ଚା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ରାଜକୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳ କରିବାରେ ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିନ୍ଧେଶ୍ଵରୀ କଲିଆ,ହୃଷିକେଶ ମହାନ୍ତ ସହଯୋଗ କରିଥିଲେ । ଏଥିରେ ବିଶ୍ଵବିଦ୍ୟାଳୟର ଓଡିଆ ବିଭାଗ ଛାତ୍ରଛାତ୍ରୀମାନଙ୍କ ସହିତ କୁନ୍ତଳା ବାରିକ,ବରିଷ୍ଠ ସାହିତ୍ୟିିକ ନରସିଂହ ବାରିକ, ଲେଖିକା ମିନତି ସିଂହ, ଗବେଷିକା ଡକ୍ଟର ରଶ୍ମିରେଖା ସିଂହ, ଆଡଭୋକେଟ୍ ପ୍ରବୀର କୁମାର ବାରିକ, ସମାଜସେବୀ ପ୍ରକାଶ କୁମାର ବାରିକ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଉତ୍କଳ ସାହିତ୍ୟ ସମାଜର ସଙ୍ଗୀତ ଏବଂ ଶେଷରେ ରାଜ୍ୟ ସଙ୍ଗୀତ ବନ୍ଦେ ମାତରଂ ଗାନ କରାଯାଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *