ପୁଅର ସାରାଧୀ, ବାପର ସମାଧି

ଗାଇସିଲେଟ – (କ ବ୍ୟୁ ) – ଦଇବ ଦଉଡି ମଣିଷ ଗାଈ ଜିଣିକି ଓଟାରେ ତେଣିକି ଯାଇ l କଥାଟି ସତ୍ୟ ଦଇବର ଖେଳ ଘର ଆମ ପାଇ ଶୋକାତୁର l ଗୋବିନ୍ଦ ଚନ୍ଦ୍ରରେ ଉଲ୍ଲେଖ ଅଛି – ବାଛିନେବ କଞ୍ଚା, ରଖିବ ପାଚିଲା ଏହା ନିରାଟ ସତ୍ୟ l ମର୍ମାନ୍ତୁଦ ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କାଠଉମାଳ ପଞ୍ଚାୟତ ଟେଂଗେନାପାଲି ଗାଁରେ l ଗତ ତା 28-04-26ରିଖ ପୁଅର ବିବାହ ଭୋଜି ଉତ୍ସବ ଆଡମ୍ବର ହେବାକୁ ଥିବା ସମୟରେ ହଠାତ ବାପା ଶ୍ରୀ ସଞ୍ଜୟ କୁମାର ଜର୍ଜରୀଆଙ୍କ ଦେହ ଅସୁସ୍ଥ ହୋଇ ଲୋକଙ୍କ ଆଶାକୁ ନିରାଶରେ ପରିଣତ କରିଥିଲା l ବାପା କହିଲେ ଲଳିତ ଜର୍ଜରୀଆ ଓ ସଞ୍ଜୟ ଜର୍ଜରୀଆ ଦୁଇଭାଇ l ବଡ଼ ଭାଈ ଲଳିତ ଜର୍ଜରୀଆ ଏକ ଅସାମାଜିକ କାର୍ଯ୍ୟ କରି ନିଜ ପରିବାର ଛାଡି ନିଖୋଜ ଭାବେ ଚାଲି ଯିବାରୁ ବଡ଼ ଭାଈ ପରିବାର ସାନ ଭାଈ ସଞ୍ଜୟ ଜର୍ଜରୀଆ ଦୀର୍ଘ କୋଡିଏ ବର୍ଷ ନିଜ ପରିବାରରେ ମିଶାଇ ଚଳାଇ ଆସୁଥିଲେ l ଏବେ ଝିଆରୀ ପୁତୁରା ନ ଭାବି ନିଜ ପୁଅଝିଅ ପରି ପାଳିପୋଷି ବୟସ ଜାଣି ଦି ହାତ କରିବାରେ ଅବହେଳା କରି ନ ଥିଲେ l ନିଜ ପୁଅ ଝିଅକୁ ଯେତେ ଭାଈ ସନ୍ତାନକୁ ସେତିକି ଭାବି ଶେଷ ଭାଈ ପୁଅ ବିବାହ ଗତ ତା 28-04-26ରିଖ ସାରାଧୀ ଭୋଜି ଆରମ୍ଭ ହେବାକୁ ଥିବା ବେଳେ ନିଜ ପୁତୁରା -ପୁତୁରାବୋହୁ ଖୁସି ମନାସୁ ଥିବା ବେଳେ ଦଇବ ସାହିପାରିଲା ନାହିଁ l ଲୋକଙ୍କ ସୁସ୍ୱାଦୁ ଆଡମ୍ବର ଭୋଜିବେଲ ଜାଣି ଦଇବ ଜନତାଙ୍କୁ ନିସ୍ତବ୍ଧ କରିଦେଇଥିଲା l ଲୋକେ ବୋବାଲ କଲେ ସଞ୍ଜୟ ବେହୋସ ଅବସ୍ଥାରେ l ଲୋକ ଆଶ୍ଚର୍ଯ୍ୟ ଭାବନା ଭିତରେବୁଡି ଧର୍ଯ୍ୟର ସହିତ ନିଜ ଆଶା ଭୋଜି ଖାଇବାଦୁଃଖର କାରଣ ହେଲା l ଖାଇଲେ, ନ ଖାଇଲେ ନ ଚାଲେ l କିନ୍ତୁ କଥାଟି ଜଣା ପଡିଲା ଅଂଶୁଘାତରେ ଯାଇଥିବା ସଞ୍ଜୟ ଗାଇସିଲେଟ ସି. ଏଚ. ସି. ରୁ ଉପଖଣ୍ଡ ପଦ୍ମାପିର ଡାକ୍ତରଖାନାରୁ ନିଜ ସର୍ଦାର ରୂପ ମୁର୍ଦାର ହୋଇ ଫେରୁଛି l ସେ ଜଣେ ପଶ୍ଚିମ ଓଡ଼ିଶା ଆଦିବାସୀ ସମାଜର ଜଣାଶୁଣା ଓ ବରଗଡ଼ ଜିଲ୍ଲାରେ ଜନ ସେବୀ ଗାଇସିଲେଟ ବ୍ଲକ ଆଦିବାସୀ ଯୁବମୋର୍ଚା ସଭାପତି ପଦରେ ନିରୀହ ଗରିବଙ୍କ ସେବାରେ ଆଖିର ଲୁହ ପୋଛିବାର ଦକ୍ଷତା ସମ୍ପନ୍ନ ବ୍ୟକ୍ତି l ଆଜି ସେ ନାହାନ୍ତି କିନ୍ତୁ ଆଜି ଓଡିଶା ରାଜ୍ୟ ଆଦିବାସୀ ସଭାପତି ଶ୍ରୀ ଗୋବର୍ଦ୍ଧନ ଭୋଇ ଶୁଦ୍ଧକ୍ରିୟା ଅବସରରେ ଉପସ୍ଥିତ ହୋଇ ଅଞ୍ଚଳ ବାସୀଙ୍କ ଛଳଛଳ ଆଖି ଦେଖି ସଞ୍ଜୟଙ୍କ ସୁଦ୍ଧାକ୍ରିୟାର ଶୋକସଭା ରେ କଥା କହିବାର ଧର୍ଯ୍ୟ ହରାଇ ଶ୍ରୀ ଗୋବର୍ଦ୍ଧନ ଭୋଇ କହିଥିଲେ କାଲିର ସର୍ଦାର ଆଜିର ମୁର୍ଦାର ହେବା ବିଶ୍ୱାସ ହେଉନାହିଁ l ପୁଅର ସାରାଧୀରେ ବାପର ସମାଧି ହେବା ମହା ଦୁଃଖଦ ଓ ତାଙ୍କ ଛୁଆଙ୍କ ଭରଣ ପୋଷଣ ମୋର ନିଜ ଦାୟିତ୍ୱ ବୋଲି ଭାଷଣ ପରିସମାପ୍ତି କରି ଶୋକାତୁର ପ୍ରସାଦ ସେବନ ହଥିଲା l

ଫକୀର ଦୀପ

Leave a Reply

Your email address will not be published. Required fields are marked *