ବିଶ୍ବ ମ୍ଯାଲେରିଆ ଦିବସ 🧟 World Malaria Day✍️25 : April

ମାନବ ଜୀବନ ଝଡ଼ଝଞ୍ଜାମୟ
ଜୀବିକା ପାଇଁ ସଂଘର୍ଷ,
ଜୀବନ ପ୍ରବାହ ସଂଘର୍ଷେ ଯନ୍ତ୍ରଣା
ଆକ୍ରାନ୍ତେ ରୋଗ ବିମର୍ଷ ।

ବିଭିନ୍ନ ରୋଗରୁ ମ୍ଯାଲେରିଆ ଏକ
ବିପଦପୂର୍ଣ୍ଣ କାତର,
ପ୍ଲାଜମୋଡ଼ିୟମ ଜୀବାଣୁରୁ ଜାତ
ପ୍ରଥମ ଲକ୍ଷଣ ଜ୍ବର ।

ମୁଣ୍ଡ ବ୍ଯଥା ସାଥେ ଥକ୍କା ଓ କାମଳ
ଜୀବନ ହୁଏ ବିକଳ,
ବୈଦ୍ଯ ପରାମର୍ଶ ରକ୍ତ ପରୀକ୍ଷଣ
ଚିକିତ୍ସା ଏକାନ୍ତ ଭାଳ ।

ଜ୍ଵର-ରୋଗୀ ଭାତ ଖାଇବା ନିଷେଧ
ଫଳ କ୍ଷୀର ଭିଟାମିନ,
ଔଷଧ ସେବନ ଆର୍ଟେସୁନେଟ ଓ
କ୍ଲୋରୋକ୍ବିନ ପ୍ରିମାକ୍ବିନ ।

ମଶା କାମୁଡ଼ାରେ ରକ୍ତରେ ଜୀବାଣୁ
ମ୍ଯାଲେରିଆ ରୋଗ ଜାତ,
ପୂର୍ବରୁ ବହୁତ ଜୀବନ ବିନଷ୍ଟ
ସଚେତନେ ଏବେ ଶାନ୍ତ ।

ପ୍ରତିଷେଧକରେ ମ୍ଯାଲେରିଆ ଟୀକା
ଖାଦ୍ୟ-ପାନୀୟ ସୁଷମ,
ମଶାର ବିନାଶ ସୁସ୍ଥ ପରିବେଶ
ପରିଷ୍କାର ପରିଚ୍ଛନ୍ନ ।

ନାଳ ଓ ନର୍ଦ୍ଦମା ସଫା-ସୁତୁରାରେ
ମଶା ବଂଶ ନିପାତନ,
ମୃତ ପଶୁ-ପକ୍ଷୀ ଦୁର୍ଗନ୍ଧ ନିହାତି
ଆଖପାଖୁ ନିଷ୍କାସନ ।

ଫ୍ରିଜ୍ ଅବା ଫୁଲ – କୁଣ୍ଡରେ ଜମାଟ
ଜଳେ ମଶା ମାରାତ୍ମକ,
କୀଟନାଶକୀୟ ବ୍ଲିଚିଙ୍ଗ୍’ରେ ନାଶ
ନିଦେ ମଶାରି ରକ୍ଷକ ।

ମ୍ଯାଲେରିଆ ରୋଗ ଚିନ୍ତାରେ ବିମର୍ଶ
ଆଫ୍ରିକୀୟ ଡାକତର,
ଦି’ ହଜାର ଏକ ଅପ୍ରେଲ ପଚିଶ
ସ୍ବାସ୍ଥ୍ୟ ସୁରକ୍ଷା ଶିବିର ।

ସ୍ବାସ୍ଥ୍ୟ ସୁରକ୍ଷାରେ ଶୁଭ ଦୃଷ୍ଟିପାତେ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ,
ବିଶ୍ବ ମ୍ଯାଲେରିଆ ଦିବସ ରଚିଲେ
ଚିକିତ୍ସାୟନେ ବିଜ୍ଞାନ ।

ଡାକ୍ତରମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ
ଚିକିତ୍ସା ସେବା ସରସ,
ସ୍ବାସ୍ଥ୍ୟ ହିଁ ସମ୍ପଦ ଜନେ ସଚେତନ
ଭାଳେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *