


ରାଜଗାଙ୍ଗପୁର (କ.ବ୍ୟୁ) 23/4 : ରାଜଗାଙ୍ଗପୁର ସହରର ହୃଦୟ ସ୍ଥଳି କୁହାଯାଉଥିବା ସୁଭାଷ ଛକରେ ନୃଆ ସୁଇସ୍ ଭଲବ୍ (ଚାବି) ବସେଇବା ନାଁ ରେ ଗତ୍ ସପ୍ତାହରୁ ମାଟି ଖୋଲିକି ଖୋଲା ଛାଡ଼ିଦେଇଥିବା ବେଳେ ମେନ୍ ରୋଡ଼, ଇସଲାମ ଛକ ନିକଟରେ ପାଣି ଲିକେଜ ଠିକ୍ କରିବା ନାଁରେ ମାଟିର ଢେଉ ଛିଡ଼ା କରାଯାଇଥିଲା ଏବଂ ସୁବାସ ଛକ ନିକଟରେ ଥିବା ରେଲୱେ ଲାଇନ୍ ତଳୁ ପାଣି ପାଇପ୍ ପକାଇବା ବେଳେ ବ୍ୟାବସ୍ଥିତ ସୁରକ୍ଷା ନିୟମକୁ ଜଳାଞ୍ଜଳି ଦେଇ ୱ।ଟକୋ ଅଧିକାରୀ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବାରୁ ଅଭିଯୋଗ ହୋଇଛି । ୱ।ଟକୋ ବିଭାଗ ତରଫରୁ ଲିକେଜ ପାଇପ୍ ସଜାଡ଼ିବା ପରେ ଏବଂ ରେଳଧାରଣା ତଳୁ ପାଣି ପାଇପ୍ ପକାଇବା ପରେ ବ୍ୟବସ୍ଥିତ ନିୟମାନୁଯାୟୀ ଏବଂ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଜାଗାକୁ ସୁରକ୍ଷିତ କରାଯିବା କଥା ଏବଂ ନୂଆ ସୁଇସ୍ ଭଲବ୍ ଚାବି ବସେଇବା ପାଇଁ ଖୋଳା ଯାଇଥିବା ଗାତକୁ କାର୍ଯ୍ୟଶେଷ ନହେବା ପର୍ଯ୍ୟନ୍ତ ଲୋକଙ୍କ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ଉକ୍ତ ଜାଗାକୁ ନାଲି ଫିତା, ନାଲି ଝଣ୍ଡା ଏବଂ ଅନ୍ୟାନ୍ୟ ଦରକାରୀ ବ୍ୟବସ୍ଥା କରି ଘେରିବା ବିଧେୟ ଯାହା ଦ୍ବାରା କି କୌଣସି ଅଘଟଣ ନଘଟୁ। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗର ସକ୍ଷମ ଅଧିକାରୀ ମାନଙ୍କ ଖାମଖିଆଲି ନୀତି କିମ୍ବା ଅପାରଗତା ଯୋଗୁଁ ଗତ୍ ୧୮-୦୪-୨୦୨୬ ଦିନ ରାଜଗାଙ୍ଗପୁର ମ୍ୟୁନିସିପାଲଟି ର ୱ।ର୍ଡ ନ:୧୨ରେ ଥିବା ସରକାରୀ ରିଟେଲ ସୋପରେ ବିପିଏଲ ପରିବାରକୁ ଚାଉଳ ବଣ୍ଟନ ପାଇଁ ଆଣିଥିବା ଚାଉଳ ବୋଝେଇ ଟ୍ରକଟି ରେଳଧାରଣା ମଝିରେ ମାଟି ଦବି ଯିବାରୁ ଫସି ରହିବା ଫଳରେ ଅନୁନ୍ୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ତାତିରେ ଉକ୍ତ ରାସ୍ତାରେ ମଟରଗାଡି, ସ୍କୁଲ କୁ ଛୁଆ ନେବା ଆଣିବା କରୁଥିବା ବସ୍ ଏବଂ ଅନ୍ୟାନ୍ୟ ଗାଡ଼ି ଗୁଡ଼ିକର ଚଳପ୍ରଚଳରେ ମାନବକୃତ୍ୟ ବାଧା ସୃଷ୍ଟି ହୋଇଥିଲା ଏହା ସାଙ୍ଗକୁ ଉକ୍ତ ଜାଗା ମାନଙ୍କରେ ବର୍ଷାପାଣି ଜମି ଏକ ପ୍ରକାରରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇଥିବାରୁ ପଥଚାରୀ, ମଟରସାଇକେଲ, ଗାଡ଼ି, ଟ୍ରକ, ଆମ୍ବୁଲାନ୍ସ ଗାଡି ଚାଳକଙ୍କୁ ଚଳପ୍ରଚଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଶୈ।ଭାଗ୍ୟ ବସତଃ କୈ।ଣସି ବଡ଼ ଅଘଟଣ ଘଟି ନଥିଲେ ମଧ୍ୟ ଲୋକଙ୍କ ଜୀବନ ପ୍ରତି ଥିବା ବିପଦକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ ଉକ୍ତ ରାସ୍ତା ଦେଇ ମ୍ୟୁନିସିପାଲଟିର ଚେୟାରମେନ, କାଉନସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ ତହସିଲଦାର ଏବଂ ଅନ୍ୟାନ୍ୟ ସକ୍ଷମ ଅଧିକାରୀ ମାନେ ଯିବାଆସିବା କରୁଥିଲେ ହେଁ ସେମାନେ ପ୍ରତିକ୍ରିୟାଶୀଳ ନହେବା ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି କିଛି ଲୋକଙ୍କ ଖାମଖିଆଲି ନୀତି କିମ୍ବା ଅପାରଗତା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )