

କୋରାପୁଟ ( କ ବ୍ୟୁ ) : ସୋମବାର ଦିନ ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ସରକାରୀ କୃଷି ଫାର୍ମ, କୋଟପାଡ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଆନୁକୁଲ୍ୟ ରେ ଜିଲ୍ଲା କୃଷି ବିଭାଗ,କୋରାପୁଟ ଦ୍ବାରା ଜିଲ୍ଲା ସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଛି | ଏହି ପବିତ୍ର ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ, କୋଟପାଡ ଶ୍ରୀ ରୂପୁ ଭାତ୍ରା,ଜିଲ୍ଲା ପରିଷଦ, କୋରାପୁଟ ସଭାପତି ସୁଶ୍ରୀ ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ଭାତ୍ରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ନରେଶ ଚନ୍ଦ୍ର ଶବର,ମାନ୍ୟବର ସାଂସଦ, ନବରଙ୍ଗପୁରଙ୍କ ର ପ୍ରତିନିଧି ରୂପେ ଶ୍ରୀ ରାମେଶ୍ବର ଜେନା,ବ୍ଲକ ଅଧ୍ୟକ୍ଷା, ଜୟପୁର, ଶ୍ରୀମତୀ ତିଳତମ୍ମା ମୁଦୁଲି,ବ୍ଲକ ଉପ ଅଧକ୍ଷ,କୋଟପାଡ, ଶ୍ରୀ ତପନ କୁମାର ପାଣିଗ୍ରାହୀ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,କୋରାପୁଟ,ଶ୍ରୀ ଭବାନୀ ଶଙ୍କର ମହାପାତ୍ର,ADR,RRTTS, ଡ. ପର୍ଶୁରାମ ସିଆଲ,ପ୍ରକଳ୍ପ ନିର୍ଦ୍ଦେଶକ,ଜଳ ଛାୟା,ଶ୍ରୀ ଶିବ ଚରଣ ଜେଠି,ଉପ ନିର୍ଦ୍ଦେଶକ, କଫି ବୋର୍ଡ,ଶ୍ରୀ ପ୍ରମୋଦ ବେହେରା, ନିର୍ବାହୀ ଯନ୍ତ୍ରୀ(କୃଷି),କୋରାପୁଟ,ଶ୍ରୀ ସତ୍ୟ ନାରାୟଣ ଦାଶ, ବରିଷ୍ଠ ବୈଜ୍ଞାନିକ , କୃଷି ବିଜ୍ଞାନ କେନ୍ଦ୍ର, କୋରାପୁଟ,ଶ୍ରୀ ବିନୋଦ ବେହେରା,କୃଷି ପ୍ରତିନିଧି,ଶ୍ରୀ ସୁଶାନ୍ତ ପାଣିଗ୍ରାହୀ,ଜିଲ୍ଲା କୃଷି ଅଧିକାରୀ,କୋରାପୁଟ,ଶ୍ରୀ ହେମନ୍ତ କୁମାର ପଢ଼ିହାରି,ଜିଲ୍ଲା କୃଷି ଅଧିକାରୀ, ଜୟପୁର,ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଓ ଜିଲ୍ଲା କୃଷି ଅଧିକାରୀ, ନନ୍ଦପୁର ଶ୍ରୀମତୀ ସୁଜାତା ନିଶଙ୍କ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର କୃଷି ରଥ ଓ ଆମ ବିହନ ରଥ ଲୋକାର୍ପଣ ହେବା ସହିତ CM- KISAN ଯୋଜନା ଅନ୍ତର୍ଗତ ଖରିଫ ଋତୁ ର ପ୍ରଥମ କିସ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଆଭାସି ମାଧ୍ୟମରେ କୋରାପୁଟ ଜିଲ୍ଲାରୁ ମୋଟ ହିତାଧିକାରୀ ୮୯୯୦୭ ଚାଷୀଙ୍କୁ ସର୍ବ ମୋଟ ୧୭ କୋଟି ୯୮ ଲକ୍ଷ୍ୟ ୧୪ ହଜାର ଟଙ୍କା ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମ ରେ ଆମ ବିହନ ରଥ ମାଧ୍ୟମ ରେ ଆଜି ଠାରୁ ଷାଠିଏ ଦିନ ପର୍ଯ୍ୟନ୍ତ ଜୟପୁର ଉପଖଣ୍ଡ ର ବିଭିନ୍ନ ଗ୍ରାମ ଭ୍ରମଣ କରି,କୋରାପୁଟ କୃଷି ଫାର୍ମ ରୁ ଉତ୍ପାଦିତ ବିହନ ଯେପରି କଳା ଚମ୍ପା( ୧୫୫ ଦିନ),CR- DHAN 803(୧୫୦ ଦିନ),MTU-1156(୧୧୫ ଦିନ),Kalinga dhan-1203(୧୩୫ ଦିନ )ଏବଂ kalinga dhan 1205 (୧୩୦ ଦିନ)ଭଳି ଅଧିକ ଅମଳ କ୍ଷମ ଓ ଉନ୍ନତ କିସମ ର ବିହନ ବିକ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ସ୍ଵତନ୍ତ୍ର କୃଷି ରଥ ଦ୍ବାରା ଚାଷୀ ମାନଙ୍କୁ କୃଷକ ପଞ୍ଜିକରଣ ଓ ସନ୍ତୁଳିତ ସାର ପ୍ରୟୋଗ ପାଇଁ ସଚେତନ କରା ଯିବ । ଶେଷରେ ଜିଲ୍ଲା କୃଷି ଅଧିକାରୀ,ଜୟପୁର ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ୍ ଜ୍ଞାପନ କରିଥିଲେ।