“ଉଦଳା ସତ୍ୟସାଇ ସେବା ସମିତି ପକ୍ଷରୁ ଗ୍ରାମ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ “

ବାରିପଦା-ଉଦଳା ତା୨୦\୦୪\୨୦୨୬ ଆଜି ଉଦଳା ସତ୍ୟସାଇ ସେବା ସମିତି ପକ୍ଷ ରୁ ଚୁଳିଆପୋଷି ରେ ଗ୍ରାମସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ପୂର୍ଵ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ 7ଘଟିକା ରେ ଚୁଳିଆପୋଷି ହନୁମାନ ମନ୍ଦିର ପରିସରରେ ବେଦ ପାଠ ଓ ଭଜନ କରାଯାଇଥିଲା ତତ୍ ପରେ ଉଦଳା ସତ୍ୟସାଇ ମନ୍ଦିର ର ଭକ୍ତମାନେ ଚୁଳିଆପୋଷି ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରିଥିଲେ
ସଫେଇ ପରେ ସମସ୍ତେ ଚୁଳିଆପୋଷି ଗ୍ରାମରେ ଜଣେ ନାରାୟଣ ଙ୍କୁ ଅମୃତ କଳସ ସମେତ ସକାଳ ଟିଫିନ ପାଇଁ ଖାଦ୍ୟ ଦେଇଥିଲେ – ଗ୍ରାମରୁ ହନୁମାନ ମନ୍ଦିର ପରିସରରେ ଆବାହନ କରାଯାଇଥିବା ସତ୍ୟସାଇ ବାବାଙ୍କୁ ଆରତୀ ପୂର୍ବକ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା – ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଗ୍ରାମର ଅରବିନ୍ଦ ମୁଦୁଲି, ୱାର୍ଡ ମେମ୍ବର ଟିକି ମୁଦୁଲି ସହଯୋଗ କରିଥିବା ବେଳେ ଆବାହକ ମାନସ କୁମାର ଆଚାର୍ଯ୍ୟ ତଦାରଖ କରଥିଲେ – ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଭକ୍ତ ଦିଲ୍ଲୀପ କୁମାର ଜେନା, ଅନ୍ତର୍ଯ୍ୟାମୀ ମୁଦୁଲି, ସୁବଳ କୁମାର ବେହେରା, ରୁନୁଗୋପାଳ ରାୟ, ବିଜୟ କୁମାର ବେହେରା, ରାଜେନ୍ଦ୍ର ବେହେରା, ଶଶୀକାନ୍ତ ମିଶ୍ର, ଜୟନ୍ତୀ ରାୟ, ସ୍ମୃତି ରେଖା ବେହେରା, ଶାଶ୍ୱତୀ ଆଚାର୍ଯ୍ୟ, ବୀଣାପାଣି ମୁଦୁଲି, ଶୁଭଲକ୍ଷ୍ମୀ ପଣ୍ଡା, ମମତା ବିନ୍ଧାଣି, ପ୍ରଭାସିନୀ ବିନ୍ଧାଣି, ମମତା ବେହେରା, ଜ୍ୟୋତିଶା ମାଝୀ, ସାଇସ୍ମିତା ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *