ନାରୀ ଶକ୍ତି ବନ୍ଦନା ସମ୍ମିଳନୀ ଆୟୋଜିତ 

କୋରାପୁଟ : ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରିୟମ ଠାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି I ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (OSCPCR)ର  କମିଶନର ଶ୍ରୀମତୀ ବବିତା ପାତ୍ର ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ I ଦେଶର ନାରୀଶକ୍ତି ପାଇଁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦରେ ଅନୁଷ୍ଠିତ ହେବାକୁ ଥିବା ବିଶେଷ ଅଧିବେଶନ ସମ୍ପର୍କରେ ମହିଳା ମାନଙ୍କୁ ଅବଗତ କରାଇବା ସହ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କରେ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ I ଏହା ସହ ନାରୀ ଶକ୍ତି କିପରି ସଶକ୍ତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସେ ସମ୍ପର୍କରେ ସଚେତନ କରିବା ସହ 9667173333 ରେ ମିସଡ଼ କଲ ଦେଇ ନାରୀ ଶକ୍ତି ବନ୍ଦନା ଅଧିନିୟମକୁ ସମର୍ଥନ କରିବାକୁ ଆହ୍ୱାନ ଦେଇ ଥିଲେ I ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସରଂଜିତା ମାଝୀ, ସମ୍ମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ସ୍ନେହ ପ୍ରଭା ମାଝୀ, ସମାଜ ସେଵୀ ପୂର୍ଣ୍ଣିମା ନାୟକ, ସ୍ୱାତୀ ଓଝା, ଅଞ୍ଜଳି ମିଶ୍ର ଯୋଗ ଦେଇ ମହିଳାମାନଙ୍କୁ ନିଜ ବକ୍ତବ୍ୟ ମଧ୍ୟମରେ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ପରିଚାଳନା କରିଥିଲେ I ସମ୍ମିଳନୀ  ପୂର୍ବରୁ ସ୍ଥାନୀୟ ଡିଏନକେ ଆମ ପାଠାଗାର ଠାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରିୟମ ପର୍ଯ୍ୟନ୍ତି ଏକ ରାଲି ବାହାରିଥିଲା I 

Leave a Reply

Your email address will not be published. Required fields are marked *