ଯୁବ ପିଢ଼ିଙ୍କୁ ଆମ୍ବେଦକରଙ୍କ ପୁସ୍ତକ ପଢିବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ I

କୋରାପୁଟ : କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ , ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇଁ ସରକାର,ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ,ସମାଜସେବୀ ରୂପକ ତୁରୁକ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲାପାଳ ଯୁବ ପିଢ଼ିକୁ ଆମ୍ବେଦକରଙ୍କ ପୁସ୍ତକ ପଢିବାକୁ ଆହ୍ୱାନ କରିଛନ୍ତି I ସେହିପରି କୋରାପୁଟ ବିଧାୟକ ରଘୁରାମ ମାଛ ସମ୍ଭିଧାନ ପ୍ରଣୟନ ରେ ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ I ଜିଲ୍ଲାପରିଷଦ ସଭାପତି ସସ୍ମିତା ମେଲେକା ଆମ୍ବେଦକରଙ୍କ ଆଦର୍ଶରେ ଓ ଅବଦାନ ସମ୍ପର୍କରେ ନିଜ ବ୍ୟକ୍ତରେ କହିଥିଲେ I ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *