
ପୁରୀ, ୧୧,୪(ବଳରାମ ତ୍ରିପାଠି) : ବାହାର ସ୍ଥାରରେ ଥିବା ରତ୍ନ ଅଳଙ୍କାର ର ଆଦି ମଧ୍ୟରୁ ପ୍ରାୟ ୩ଟି ଦ୍ରବ୍ୟ ମିଳିଲାନି । ଶନିବାର ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ କାର୍ଯ୍ୟ ଶେଷ କରିବା ପରେ ଏନେଇ ସୂଚନା ଦେଇଛନ୍ତି ହାଇଲେଭଲ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ । ଯାହା ଉଦ୍ବେଗର ବିଷୟ ହୋଇଛି। ହାଇସିକ୍ୟୁରିଟି ମଧ୍ୟରେ ତଥା ତାଲା ସହ ଜଉମୁଦ ଦିଆଯାଇ ରତ୍ନଭଣ୍ଡାରରେ ରହୁଥିବା ଅଳଙ୍କାର
» ୧୯୭୮ ମସିହାରେ ଥିଲା, କେଉଁଆଡ଼େ ଗଲା କହିପାରିଲେନି ଭଣ୍ଡାର ମେକାପ
» ପୁରୁଣା ତାଲିକାରେ ଥିଲା ୧୧୮ ଦ୍ରବ୍ୟ, ନୂଆରେ ୧୪୭
ଆଦି କୁଆଡ଼େ ଗଲା ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ୧୯୭୮ ମସିହା ତାଲିକା ସହ ମେଳକ ବେଳେ ଏହି ତାଲିକା ମଧ୍ୟରୁ ୩ଟି ବାହାର ଭଣ୍ଡାରରୁ ନିଖୋଜ ଥିବା ଜଣାପଡ଼ିଛି। ମାତ୍ର ଏହାର ସ୍ଥିତି ପ୍ରଶାସନ ସ୍ପଷ୍ଟ କରିନି। ନୂଆ ତାଲିକାରେ ରତ୍ନ ଅଳଙ୍କାର ଦ୍ରବ୍ୟ ସଂଖ୍ୟା ବଢ଼ିଥିବା ଜଷ୍ଟିସ୍ ରଥ କହିଛନ୍ତି।
୧୯୭୮ ଗଣତିମଣତି ତାଲିକାରେ ମଣି ମାଣିକ୍ୟ ଖଚିତ ୭୯ଟି ସୁନା ଓ ୩୯ଟି ରୂପା ଦ୍ରବ୍ୟକୁ ମିଶାଇ ୧୧୮ ଅଳଙ୍କାର ଆଦି ଦ୍ରବ୍ୟ ଥିଲା । ୨୦୨୬ରେ ୧୪୭ ଅଳଙ୍କାର ଚିହ୍ନଟ ହୋଇଛି ବୋଲି ଜଷ୍ଟିସ୍ ରଥ କହିଛନ୍ତି। ସେପଟେ ଏସ୍ଓପି ଅନୁଯାୟୀ ४ ଦିନ ଧରି ଚାଲିଥିବା ବାହାର ରତ୍ନଭଣ୍ଡାରବାହାର ଭଣ୍ଡାରରୁ…
ଗଣତି ମଣତି ସରିଥି ବାରୁ ଆଗକୁ ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି ଆରମ୍ଭ ହେବା ସ୍ପଷ୍ଟ କରାଯାଇଛି। ଚତୁର୍ଥ ଦିନରେ ଅସମ୍ପୂର୍ଣ୍ଣ କାର୍ଯ୍ୟଠାରୁ ଆରମ୍ଭହୋଇଥିଲା ଗଣତିମଣତି। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରୁ ୬ଟା ୩୫ ପର୍ଯ୍ୟନ୍ତ ଅର୍ଥାତ୍ ୬ ଘଣ୍ଟା ୫୫ ମିନିଟ୍ ଧରି ଚାଲିଥିଲା ଅଳଙ୍କାର ଗଣତିମଣତି କାର୍ଯ୍ୟ। ଆସନ୍ତା ସୋମବାର ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବ ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଆଦିର ଗଣତିମଣତି। ପୂର୍ବ ନିର୍ଦ୍ଧାରିତ ଏସଓପି ଅନୁଯାୟୀ ଜିଲ୍ଲା ଟ୍ରେଜେରିରେ ଥିବା ଚାବିକୁ ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଖୋଲି ନିର୍ଦ୍ଧାରିତ ଟିମ୍ ଗଣତିମଣତି କରିବ। ଆସନ୍ତା ୧୩ ତାରିଖ ଓ ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭିତର
ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଆଦି ଗଣତିମଣତି ହେବ। ଆସନ୍ତାକାଲି ରବିବାର ଯୋଗୁଁ ଗଣତିମଣତି ବନ୍ଦ ରହିବ। ୧୮ ତାରିଖ ପରେ ବାହାର ଚନ୍ଦନ ଯାତ୍ରା ଆରମ୍ଭ ସହ ନୀତି ବହୁଳତା ନିମନ୍ତେ ବନ୍ଦ ରହିବ ଗଣତିମଣତି କାର୍ଯ୍ୟ।
ସେପଟେ ଜଷ୍ଟିସ୍ ରଥ ଗଣମାଧ୍ଯକୁ କହିଛନ୍ତି, ବାହାର ଭଣ୍ଡାରରେ ଥିବା କିଛି ଦ୍ରବ୍ୟ ନିଖୋଜ ଥିବା ଜଣାପଡ଼ିବା ପରେ ଏନେଇ ଭଣ୍ଡାର ମେକାପଙ୍କୁ ପଚରାଯାଇଥିଲା। ଭଣ୍ଡାର ମେକାପ ଯାହା କହିଲେ ତାହାକୁ ବିବରଣୀରେ ଉଲ୍ଲେଖ କରାଯାଇଛି। ସେମାନଙ୍କ କହିବା ମୁତାବକ ଅନ୍ୟଟି କେଉଁଠି ଅଛି ବୋଧେ। ସେ ଏହାକୁ ଦେଖିନାହାନ୍ତି । ତେଣୁ ଏହା ମିଳିଲେ ପରବର୍ତ୍ତୀ ବିବାରଣୀରେ ଉଲ୍ଲେଖ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଜଷ୍ଟିସ୍ ରଥ କହିଛନ୍ତି।