
ପୁରୀ, (ବଳରାମ ତ୍ରିପାଠି) : ପୁରୀକୁ ଆସୁଥିବା ବଙ୍ଗଳା ପର୍ଯ୍ୟଟକଙ୍କୁ ନେଇ ନିଆରା ଢଙ୍ଗରେ ପ୍ରଚାର କରାଯାଉଛି। କେଉଁଠି ଷ୍ଟଲ ଖୋଲାଯାଇ ପର୍ଯ୍ୟଟକଙ୍କୁ ଲିଫ୍ ଲେଟ୍ ବଣ୍ଟାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସନ୍ଦେଶ ବାର୍ଭା ଦିଆଯ ଆଯାଉଛି ତ କେଉଁଠି ପାଣି ବୋତଲ ଯାଉଛି। ଲିପ୍ଲେଟ୍ରେ ମୋଦିଙ୍କ ଚିଠି ଉଲ୍ଲେଖ ରହି, ବଙ୍ଗଳା ଭୋଟରଙ୍କ ଉଦ୍ଦେଶ୍ୟରେ ମୋଦିଙ୍କର କିଛି ପ୍ରତିଶ୍ରୁତିକୁ ବଙ୍ଗଳା ଭାଷାରେ ବର୍ଣ୍ଣନା କରାଯାଉଛି । ଗରିବି ହଟାଇବା, ମହିଳା, ଯୁବକ ଓ କୃଷକଙ୍କୁ ରୋଜଗାର ଦେବ,ପାଣି, ଶୌଚଳୟ, ରାସ୍ତାଘାଟର ଟର ବିକାଶ ହେବା ଭଳି ବିଭିନ୍ନ ବାର୍ଭା ଲିପ୍ଲେଟ୍ରେ ଉଲ୍ଲେଖ କରିଛି। ଏଭଳି ବିକାଶ ପାଇଁ ବିଜେପିକୁ ସରକାରରେ ଆଣିବା ପାଇଁ ଶେଷରେ ଅନୁ ଅନୁରୋଧ କରାଯାଇଛି ଏହାସହ କେତେକ ସ୍ଥାନରେ ସ୍ବତନ୍ତ୍ର କିଟ୍ ମଧ୍ୟ ପ୍ରଦାନ କରାଯାଉଛି। ବେଳାଭୂମି ଓ ମନ୍ଦିର ଆଖପାଖ ଅଞ୍ଚଳରେ ଏଭଳି ଢଙ୍ଗରେ ପ୍ରଚାର ଜୋର୍ ଧରିଛି। ସିଟି ରୋଡ୍, ବଳିଆପଣ୍ଡା, ବିଧବାଶ୍ରମ ଛକ ଆଦି ଅଞ୍ଚଳରେ ବିଜେପିକୁ ଭୋଟ ଦେବା ପାଇଁ ବଡ଼ ବଡ଼ ପୋଷ୍ଟର ମଧ୍ୟ ଦେଖିବାକୁ ମିଳୁଛି।