ସାର୍ବଜନୀନ ନାମଲେଖା ନିମନ୍ତେ ଶିକ୍ଷା ମହାସଭା

ପାଳଲହଡା , ତା ୦୮.୦୪.୨୦୨୬ରିଖ : ପାଳଲହଡାର ବଣ ପାହାଡ ଘେରା ଅଗମ୍ଯ ସିବିଡା କନ୍ୟାଶ୍ରମଠାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ସାର୍ବଜନୀନ ନାମଲେଖା ତଥା ସମସ୍ତ ଶିଶୁଙ୍କୁ ବିଦ୍ୟାଳୟମୁଖୀ କରିବା ନିମନ୍ତେ “ପ୍ରବେଶ ଉତ୍ସବ ଓ ଖଡିଛୁଆଁ” କାର୍ଯ୍ଯକ୍ରମ ଅନ୍ତର୍ଗତ ଶିକ୍ଷା ମହାସଭା ସମ୍ପନ୍ନ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ସମ୍ମାନୀତ ଅତିଥି ଭାବରେ ପାଳଲହଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସତ୍ୟବାଦୀ ସାମଲ, ସ୍ଥାନୀୟ ବରଡିହ ସରପଞ୍ଚ ଶ୍ରୀଯୁକ୍ତ କପିଳ ଦେହୁରୀ, ନଗିରା ସରପଞ୍ଚ ଶ୍ରୀଯୁକ୍ତ ପିତନ ବାରିକ, ଜିଲା ଶିକ୍ଷା କାର୍ଯ୍ଯାଳୟରେ ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ରୋହିତ କୁମାର ନାଥ, ଅନୁଗୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନ, ସମଗ୍ର ଶିକ୍ଷା ଜିଲ୍ଲା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ଯବେକ୍ଷକ ଶ୍ରୀଯୁକ୍ତ ଅମ୍ବୁଜ କୁମାର ଗଡନାୟକ, ସମଗ୍ର ଶିକ୍ଷା ଜିଲ୍ଲା ଅନୁସୂଚିତ ଜନଜାତି ସଂଯୋଜକ ଶ୍ରୀଯୁକ୍ତ ମନୋଜ କୁମାର ସ୍ଵାଇଁ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ସ୍ଥାନୀୟ ସିବିଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବେଣୁଧର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ମୁଣ୍ଡା ସାଉଁନ୍ତ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ସଇଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ମଖମଲ ନାୟକ, ସଇଡା ବାଳିକା ଉଚ୍ଚ ବିଦ୍ୟାଳୟର ଦାୟିତ୍ଵଧାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।
କାର୍ଯ୍ୟକ୍ରମ ଅନ୍ତର୍ଗତ ସିବିଡା ଗ୍ରାମରେ ଶିକ୍ଷା ସଚେତନତା ରାଲୀ ଓ ସିବିଡା କନ୍ୟାଶ୍ରମଠାରେ ଶିକ୍ଷା ମହାସଭା ଆୟୋଜନ କରାଯାଇଥିଲା । ଶିକ୍ଷା ମହାସଭାର ଉଦ୍ଘାଟନୀ ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପମାଲ୍ୟ ଅର୍ପଣ କାରାଇଯାଇଥିଲା । ସିବିଡା ପିଭିଟିଜି ବାଳକ ଆଶ୍ରମ ବିଦ୍ୟାଳୟ ଏବଂ କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟ ତରଫରୁ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବ୍ୟାଚ ପ୍ରଦାନ କରି ସମ୍ମାନିତ କାରାଯାଇଥିଲା । ତଦପଶ୍ଚାତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାମଲ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ କାର୍ଯ୍ଯକ୍ରମ ସମ୍ପର୍କିତ ଅଧିସୂଚନା ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଯୁକ୍ତ ସାହୁ ତାଙ୍କର ଆଶ୍ରିବଚନ ମାଧ୍ୟମରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ଅନ୍ତର୍ଗତ ସାର୍ବଜନୀନ ନାମଲେଖା କରାଯାଇ ସବୁ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ଆହ୍ଵାନ ଜଣାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ପାଠପଢି ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୁନି କୁନି କୋମଳମତିଶିଶୁଙ୍କୁ ସ୍ନେହ, ସମ୍ମାନ ଓ ଆନନ୍ଦମୟ ଶିକ୍ଷଣ ପରିବେଶରେ ମଧ୍ୟରେ ରଖି ଶିକ୍ଷାଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ କେବଳ ଗୋଟିଏ ଦିନର ଉତ୍ସବ ମଧ୍ୟରେ ସୀମିତ ନ ରହି ଏକ ସୁନ୍ଦର ଓ ସଂସ୍କୃତି ସମ୍ପନ୍ନ ସମାଜ ଗଢିବାର ଆଧାର ହେଉ । ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ “ସମସ୍ତଙ୍କ ପାଇଁ ଶିକ୍ଷା” ଲକ୍ଷ୍ୟକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁ ।
ଉକ୍ତ କାର୍ଯ୍ୟକ୍ରମର ବାର୍ତ୍ତା ସବୁ ଗ୍ରାମକୁ ପହଞ୍ଚାଇବା ନିମନ୍ତେ ବରଡିହ ଓ ନଗିରା ପଞ୍ଚାୟତର ଗ୍ରାମଗୁଡିକରୁ ୩୦୦ରୁ ଅଧିକ ଜନସାଧାରଣ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀ ଓ ଲୋକମାନଙ୍କ ସଚେତନତା ନିମନ୍ତେ ଶିକ୍ଷା ସମ୍ପର୍କିତ ପାଲା, ଆଦିବାସୀ ନୃତ୍ୟ, ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସର୍ଗିଫୁଲ ନୃତ୍ୟ ଇତ୍ୟାଦି ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ସିବିଡା ପିଭିଟିଜି ବାଳକ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁଟୁ ମହାନ୍ତ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଝାରବେଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କିଶୋର କୁମାର ନାୟକ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *