ହେ ବନ୍ଧୁ ବିଦାୟ ସ୍ମୃତି ରହିଗଲା
ଚିରଦିନ ଏ ଅମର
ସ୍ମୃତି ଅନୁଷ୍ଠାନ ବହନ କରୁଛି
ବନ୍ଧୁ ଜନତା ଆଦର।
ସାଙ୍ଗସାଥି ମେଳ ଛାତ୍ରଛାତ୍ରୀ ଗଣ
ସେନେହ ଭାବ ସେ ବାର୍ତ୍ତା
ଛାଇ ସ୍ମୃତି ହେଲା ସାଙ୍ଗରେ ଧାଇଁଲା
କହେ ଜୀବ ସ୍ମୃତି କଥା।
ବିଦାୟ ଆଜି ସେ ଶୁଭ ଲଗ୍ନ ବେଳ
ବନ୍ଧୁ ପରି ଜନ ମେଳ
ହସଖୁସି ବାଣ୍ଟି ସରକାରୀ ଛୁଟି
ଭାବ ବିଦାୟ ସମ୍ବଳ।
ପିଲାଙ୍କ ସେନେହ ଆଦର ସବୁରି
ତୁମ ଭାବ ପ୍ରୀତି ଆଉ
ମନର ଦୃଢ଼ତା ଚିରଦିନ ସଦା
ଶାନ୍ତି ଦଉ ମହାବାହୁ।
ଏ ମାନଗୋବିନ୍ଦ ବିଦାୟ ସମ୍ବାଦ
ଖବର ହଉ ପ୍ରଚାର
କହୁଛି ଭାବରେ ବିଦାୟ ଜୀବନ
ସ୍ମୃତି ରହୁ ସମାଜର।
ତାର୍ଲାକୋଟା ସି ବିଦ୍ୟାଳୟ ।
(ମାନଗୋବିନ୍ଦ ସ୍ବାଇଁ)