ସଚେତନତା ପଦଯାତ୍ରା ଅନୁଷ୍ଠିତ

ଜୟପୁର : ରାଜ୍ୟ ସରକାରଙ୍କ ତରଫରୁ ସାରା ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା “ ଓଡିଶା ଦିବସ” ଏପ୍ରିଲ ୦୧ ତାରିଖରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଜାରି ରହିଛି l ଏହି କ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କୋରାପୁଟ ମିଳିତ ଆନୁକୂଲ୍ୟ ରେ ଅଦ୍ୟ ତା ୦୪.୦୪.୨୦୨୬ ରିଖରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ସମ୍ବନ୍ଧୀୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡିଆ ନାମଫଳକ ଅଭିଯାନ ତଥା ସଚେତନତI ପଦଯାତ୍ରାକୁ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନରେଶ ଚନ୍ଦ୍ର ଶବର, କୋରାପୁଟ ଏବଂ ଜୟପୁର ଉପଖଣ୍ଡରେ ପ୍ରକଳ୍ପ ପରିଚାଳକ, ଆଇ.ଟି.ଡି.ଏ ଶ୍ରୀମତୀ ତୃପ୍ତି ବରାଇଙ୍କ ଉପସ୍ଥିତିରେ ଜୟପୁର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା l ଏହି ସଚେତନତା ଅଭିଯାନ ତଥା ପଦଯାତ୍ରା କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ କୋରାପୁଟ ବଜ଼ାର ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଁ ସମାପ୍ତ ହୋଇଥିଲା ଏବଂ ଜୟପୁରଠIରେ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଜୟପୁର ଠାରୁ ଆରମ୍ଭ ହୋଇ ଜୟପୁର ପୌରପରିଷଦ ଠାରେ ଅବସ୍ଥିତ ସମସ୍ତ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଅତିକ୍ରମ କରି ଜୟପୁର ଶ୍ରମ କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା l ଉକ୍ତ ପଦଯାତ୍ରାରେ କୋରାପୁଟ ଏବଂ ଜୟପୁର ଠାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜୟପୁର, ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର, ଜିଲ୍ଲା ଶିକ୍ଷା ଅଧିକାରୀ , କୋରାପୁଟ, ଅତିରିକ୍ତ ଶିକ୍ଷା ଅଧିକାରୀ, କୋରାପୁଟ, ନିର୍ବାହୀ ଅଧିକାରୀ, କୋରାପୁଟ/ ଜୟପୁର ପୌରପାଳିକା, ଜିଲ୍ଲା ସଂସ୍କୃତି ଅଧିକାରୀ (ଭାରପ୍ରାପ୍ତ), କୋରାପୁଟ, ସହକାରୀ ଶ୍ରମ ଅଧିକାରୀ, ଜୟପୁର, କୋରାପୁଟ ଓ ନାରାୟଣପାଟଣା, ଶ୍ରମ କାର୍ଯ୍ୟାଳୟ ର ଅନ୍ୟ ସମସ୍ତ କର୍ମଚାରୀ ବୃନ୍ଦ, ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତ୍ତା, ଜୟପୁର ଓ କୋରାପୁଟର ବାଣିଜ୍ୟ ସଂଗଠନର ସଭାପତି ଏବଂ ସ୍କୁଲ ଛାତ୍ର ଛାତ୍ରୀ ଆଦି ଅଂଶଗ୍ରହଣ କରିଥିଲେ I ଏତଦବ୍ୟତୀତ ସମସ୍ତ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବା ସଂକ୍ରାନ୍ତୀୟ ଏକ ବାର୍ତ୍ତା, ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପୂର୍ବକ ସଚେତନ କରାଯାଇଅଛି I ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋରାପୁଟ ଏବଂ ଜୟପୁର ପୋଲିସ କର୍ତ୍ତୃପକ୍ଷରୁ ଉପଯୁକ୍ତ ପଦେକ୍ଷପ ଗ୍ରହଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *