
କୋଲକାତା : ୧୯୯୬ ମସିହାରୁ ଦୀର୍ଘ ୩୧ ବର୍ଷ ଧରି ଜାତୀୟ ପ୍ରଗତି ଅଭିଯାନ (Jatiya Pragati Abhiyan) ସଂଗଠନ ତରଫରୁ କୋଲକାତା ମହାନଗରୀରୁ ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା ‘ ଅଭିଯାନ ‘ ନିୟମିତ ତ୍ରୈମାସିକ ପ୍ରକାଶିତ ହୋଇଆସୁଅଛି, ଯାହା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଉତ୍କଳୀୟମାନଙ୍କର ଗର୍ବ ଗୌରବ ଓ ସ୍ଵାଭିମାନର ପ୍ରତୀକ ଏବଂ ଅସ୍ମିତା’ର ଝଲକ । ସେଥିରେ ଅବିସ୍ମରଣୀୟ ଗଳ୍ପ, ଅନୁବାଦ, ସାଂପ୍ରତିକ ଗଳ୍ପ, ପ୍ରବନ୍ଧ, ବ୍ୟଙ୍ଗ-ରମ୍ୟ, କବିତା, ସାକ୍ଷାତକାର ମାଧ୍ୟମରେ ପରିବେଶର ସୁରକ୍ଷା, ସ୍ଵାସ୍ଥ୍ୟ-ଚିକିତ୍ସା, ଜ୍ଞାନ-ବିଜ୍ଞାନ, ଜନକଲ୍ୟାଣ, ସମାଜ-ସ°ସ୍କାର ଓ ଜାତୀୟ-ସ°ହତି ପ୍ରସଙ୍ଗଗୁଡ଼ିକର ମହତ୍ତ୍ଵ ପ୍ରତିପାଦିତ ହୋଇଥାଏ । ଓଡ଼ିଆ ଭାଷା-ସାହିତ୍ୟ ଓ କଳା-ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର ଓ ବିକାଶ ସହିତ ମାତୃଭୂମି ଓ ମାତୃଭାଷାର ମହତ୍ ସେବା କରିବାକୁ ଆମ୍ଭେ ଅଙ୍ଗୀକାରବଦ୍ଧ । ବିଶ୍ଵର ପ୍ରତି କୋଣ-ଅନୁକୋଣରେ ବସବାସ କରୁଥିବା ଉତ୍କଳୀୟ ଭାଇ-ଭଉଣୀମାନଙ୍କର ସଦିଚ୍ଛା ଓ ସହଯୋଗ ଆମ୍ଭେ କାମନା କରୁଛୁ ।