ଭାରତୀୟ ଜନତା ପାର୍ଟି ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ତାଲିମ ଶିବିର” ର ଆୟୋଜନ୧୭୦ ଜଣ ନୂତନ କର୍ମୀମାନେ ଉକ୍ତ ତାଲିମ ଶିବିର ଅଂଶଗ୍ରହଣ କଲେ

ରାଜଗାଙ୍ଗପୁର :- (କ.ବ୍ୟୁ) : ୫ ଏପ୍ରିଲ ୨୦୨୬ ରବିବାର ଦିନ ସକାଳ ସାଢେ ୯ ଘଟିକା ସମୟରେ ରାଜଗାଙ୍ଗପୁର ସ୍ଥିତ ମାରୱାଡି ପଞ୍ଚାୟତ ଧର୍ମଶାଳା ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ତାଲିମ ଶିବିର” ର ଆୟୋଜନ କରାଯାଇଥିଲା । ଏହି ଆୟୋଜନ ଭାଜପାର ରାଜଗାଙ୍ଗପୁର ନଗରମଣ୍ଡଳ ସଭାପତି ରାଜନ ସୋନିଙ୍କ ନେତୃତ୍ବରେ କରାଯାଇଥିଲା । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସାଙ୍ଗଠନିକ ପ୍ରଭାରି ରାମଚନ୍ଦ୍ର ହାସଦା ସରପ୍ରଥମ ଦ୍ଵୀପ ପ୍ରଜ୍ଜ୍ଵଳିତ କରି ଉକ୍ତ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଦଳର ଇତିହାସ, ଏହାର ଉଦ୍ଦେଶ୍ୟ, କର୍ମୀମାନଙ୍କ ମଧ୍ୟରେ ଶୃଙ୍ଖଳା କିପରି ସୃଷ୍ଟି କରିବେ, କର୍ମୀମାନଙ୍କୁ କିପରି ଗଠନ କରିବେ ଏବଂ ଦେଶ ନିର୍ମାଣରେ କିପରି ଯୋଗଦାନ ଦେବେ ସେ ବିଷୟରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା ଦିନସାରା ମୋଟ 8 ଟି ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ଏହି ଆୟୋଜନ ରେ ନୂତନ ମୋଟ ୧୭୦ ଜଣ ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ପାଇଁ ଫାର୍ମ ଭର୍ତି କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସୁନ୍ଦରଗଡ଼ ଭାଜପା ର ମହାସଚିବ ସୁରେନ୍ଦ୍ର ଦେହୁରୀ, ରାଜ୍ୟ ଅଳ୍ପସଂଖ୍ୟକ ସେଲ ର ଉପାଧ୍ୟକ୍ଷ କୁଳଦୀପ ସିଂହ, ଶଶୀରେଖା ସାମଲ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦଳଗୋଵିଂଦର ଦାସ, ଜିଲ୍ଲା ସମ୍ପାଦକ ଶେଖର ଦାହିମା, ମଣ୍ଡଳ ମହିଳା ପ୍ରଭାରି ଗାୟତ୍ରୀ ଶର୍ମା, ଅନିତା ଭଟ୍ଟାଚର୍ଯ୍ୟା, ଶ୍ଵେତା କୁମାରୀ, ସୁମନ, ବୁଧନାରାୟଣ, ମୁନିଲାଲ ଗୁପ୍ତା, ଉପେନ୍ଦ୍ର ଯାଦବ, ରାଜୀବ ଭଦ୍ରା, ବି, ବେନର୍ଜୀ, ଅଣିମା ସିଂହ, ବିଶାଲ ରଜକ ସହ ବହୁ ସଂଖ୍ୟାରେ ଭାଜପା ର କାର୍ଯ୍ୟକାର୍ତା ମାନେ ଯୋଗ ଦେଇଥିଲେ ।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *