ବାରିପଦା ( କ ବ୍ୟୁ )ତା୦୭/୦୪/୨୦୨୬
ଗ୍ରୀଷ୍ମ ପ୍ରବାହର ତୀବ୍ରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ଜିଲ୍ଲାର ସମସ୍ତ ଦୈନିକ ଓ ସାପ୍ତାହିକ ହାଟଗୁଡ଼ିକୁ ପୁର୍ବାହ୍ନ ୧୧ଟାରୁ ସଂନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଦେଶ ଜାରି ହୋଇଛି।
ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଦ୍ୱାରା ଜାରି ଏହି ଆଦେଶ ତତକ୍ଷଣାତ୍ ପ୍ରଭାବୀ ହେବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଛି । ଦିନ ମଝିରେ ବଢୁଥିବା ତାପମାତ୍ରା ଓ ତୀବ୍ର ଗରମ ଫଳରେ ହାଟ ଅଞ୍ଚଳରେ ସତର୍କତା ପଦକ୍ଷେପ ସ୍ୱରୂପ ଏପରି ପଦକ୍ଷେପ ନିଆଯାଇଛି । ଅଧିକ ଟାଣ ଖରାରେ ହିଟ୍ ଷ୍ଟ୍ରୋକ୍ ଓ ଡିହାଇଡ୍ରେସନ୍ର ରେ ଆକ୍ରାନ୍ତ ହେଉଥିବାରୁ ଜନସାଧାରଣଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନଯିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସେହିପରି ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ବିଡ଼ିଓ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ (ନଗର ପ୍ରଶାସନ)କୁ ଏହାର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ୍ ବିଭାଗକୁ ମଧ୍ୟ ସମସ୍ତ ଘଟଣା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)