


ରାଜଗାଙ୍ଗପୁର :- (କ.ବ୍ୟୁ) 1 ଏପ୍ରିଲ,୨୦୨୬ :- 1 ଏପ୍ରିଲ 2026 ବୁଧବାର ଦିନ ସକାଳ 9 ଘଟିକା ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ଓ ମିଥ୍ୟା ମନ୍ତବ୍ୟକୁ ବିଜୁ ଜନତା ଦଳ ଓ ବିଜୁ ଯୁବ –ଛାତ୍ର ଜନତା ଦଳ ପକ୍ଷ୍ୟରୁ ତୀବ୍ର ବିରୋଧ କରି ନିଶିକାନ୍ତ ଦୁବେ ଙ୍କ ପୁଟଳା ଦହନ କରାଯାଇଥିଲା । ବିଭିନ୍ନ ଶ୍ଳୋଗାନ ଦେଇ ଉକ୍ତ ପୁତଲା ଦହନ ବିଜୁ ଯୁବ ଛାତ୍ର ଜନତା ଦଳର ଅଧ୍ୟକ୍ଷ ଆଦିତ୍ୟ ନାଥ ଗିରିଙ୍କ ନେତୃତ୍ବ ରେ କରାଯାଇଥିଲା ।
ବିଜୁ ବାବୁ କେବଳ ଜଣେ ନେତା ନୁହଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ଆବେଗ । ଦେଶପ୍ରେମୀଙ୍କ ଗୌରବମୟ ଇତିହାସକୁ କଳଙ୍କିତ କରିବାକୁ କରାଯାଉଥିବା ପ୍ରୟାସ ଦୁର୍ଭାଗ୍ୟଜନକ । ଏହା ସମଗ୍ର ଓଡ଼ିଆ ଜାତି ପାଇଁ ଏକ ବଡ଼ ଅପମାନ, ଏଭଳି ହୀନ ମାନସିକତା ଦେଖାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ତୁରନ୍ତ ନିସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରାଯାଉଛି ଓ ଯଦି କ୍ଷମାପ୍ରାର୍ଥନା ଦାବି ପୂରଣ ନ୍ ହେଲ ଆଗାମୀ ଦିନ ରେ ବିଜୁ ଯୁବ ଛାତ୍ର ଜନତାଦଳ ତରଫରୁ ରାଜ୍ୟ ରାସ୍ତାକୁ ଓଳ୍ଲହାଇ ତୀବ୍ର ବିରୋଧ ପ୍ରଦର୍ଶନ କରିବାକୁ ଚେତାବନୀ ଦିଆଯାଇଛି ।
ଏହି ପୂତଳା ଦହନ ସମୟ ରେ ସ୍ଥାନୀୟ ପୌରାଧ୍ୟକ୍ଷ୍ୟା ମାଧୁରୀ ଲୁଗୁଣ, ସୁଶ୍ରୀତା ପାଇକରାୟ, ଅମରେଶ ପଣ୍ଡା, ଉପନଗରପାଳ ଏମଡ଼ି ଇରଫାନ, ଅଶୋକ ସାହୁ, ପ୍ରେମ ପ୍ରସାଦ, ଶିଲ୍ପା ଏକ୍କା, ସହ ବହୁ ସଂଖ୍ୟା ରେ ବିଜୁ ଯୁବ ଛାତ୍ର ଜନତା ଦଳର ଯୁବ ଉପସ୍ଥିତ ରହିଥିଲେ ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )