

ରାଜଗାଙ୍ଗପୁର :- (କ.ବ୍ୟୁ) ୩୦ମାର୍ଚ୍ଚ ୨୦୨୬ ରାଜଗାଙ୍ଗପୁର ଟାଟା ପାୱାର ସବ୍ ଡିଭିଜନ ଅନ୍ତର୍ଗତ ରାଜଗାଙ୍ଗପୁର ସହରର ହୃଦୟସ୍ଥଳି ରେ ଥିବା ସରକାରୀ ଡାକ୍ତରଖାନାରେ ଅବସ୍ଥାପିତ ଟ୍ରାନ୍ସଫର୍ମରରୁ ଡେଲି ମାର୍କେଟ, ମେନ୍ ରୋଡ଼ର କିଛି ଅଂଶର ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ସରବରାହ ଯୋଗାଇ ଦିଆଯାଉଛି । ଉକ୍ତ ଟ୍ରାନ୍ସଫର୍ମରୁ ବିଦ୍ୟୁତ ସରବରାହ ଯୋଗାଇବା ପାଇଁ ଯେଉଁ କେବୁଲଟି ରହିଛି ସେଥିରେ ହଠାତ୍ ଆପେ ଆପେ ନିଆଁ ଲାଗିଯିବାରୁ ସରକାରୀ ଡ଼ାକ୍ତରଖାନାକୁ ଆସିଥିବା ରୋଗୀ ,ପଥଚାରୀ ଏବଂ ଦୋକାନୀ ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିଲା । ଏ ବିଷୟରେ ଅଭିଯୋଗ କରିବାରୁ ଟାଟା ପାୱାର ଡିଷ୍ଟ୍ରିବ୍ୟୁସନ କମ୍ପାନୀର କର୍ମଚାରୀ ଆସିଥିଲେ କିନ୍ତୁ ନିଆଁ ଲିଭାଇବା ପାଇଁ ଅତି ଜରୁରୀ ଉପାଦାନ ନିଆଁ ଲିଭାଇବା ଯନ୍ତ୍ର ତାଙ୍କ ପାଖରେ ନଥିଲା ,ତେଣୁ ଆସିଥିବା କର୍ମଚାରୀ ମାନେ ଗଛର ପତ୍ର ଗୁଛ ଭାଙ୍ଗି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଯଦି ନିଆଁ ଭୟାବହ ରୂପ ନେଇଥିଲେ ଗଛର ପତ୍ରରୁ ନିଆଁକୁ ଆୟତ୍ତ କରି ହୋଇଥାନ୍ତା କି ? ଏହା ହେଉଛି ବଡ଼ ପ୍ରଶ୍ନ । ଏବଂ ଏକ ଛୋଟିଆ କେବୁଲ ପୋଡ଼ା ଘଟଣା ଯୋଗୁଁ ବିଦ୍ୟୁତ ସରବରାହ ଯୋଗାଇବାରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଡେଲି ମାର୍କେଟ ଓ ମେନ୍ ରୋଡ଼ର ବିଦ୍ୟୁତ ସରବରାହ ବନ୍ଦ ରହିବା ଘଟଣା ଟାଟା ପାୱାର କମ୍ପାନୀର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏପରିକା ପରିସ୍ଥିତି ଅଛି ହେଲେ ଯେତେବେଳେ ପ୍ରବଳ ଖରା ତାତି ସମୟରେ AC ଚାଲିଲେ ଉପଭୋକ୍ତା ମାନଙ୍କ ସ୍ଥିତି କଣ ହେବ ଏହା ହେଉଛି ବଡ଼ ପ୍ରଶ୍ନ । ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଡିମ୍ ଡିମି ପିଟୁଥିବା କମ୍ପାନୀ ଏବଂ ମରାମତି ନାଁ ରେ ଘନଘନ ବିଦ୍ୟୁତ୍ କାଟ ଓ ନିମ୍ନ ମାନର କେବୁଲ ବ୍ୟବହାର କରୁଥିବା କମ୍ପାନୀର ଚରିତ୍ରକୁ ପଦାରେ ପକାଇଛି ଏହି ଛୋଟିଆ କେବୁଲ ପୋଡ଼ି ଘଟଣା ବୋଲି ଉପଭୋକ୍ତା ମାନେ ମତ ପ୍ରକାଶ କରିଛନ୍ତି।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )