
ଚଣ୍ଡିଖୋଲ,୩୦/୩(କ ବ୍ୟୁ) ଗତକାଲି ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି। ସକାଳ ୭ଟା ରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ପର୍ଯ୍ୟନ୍ତ ଚାଲିଥିଲା। ୭ଟି ପଦବୀ ପାଇଁ ମୋଟ୍ ୧୮୦ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ। ସତ୍ୟନିଷ୍ଠ, ନିର୍ଭୀକ ତଥା ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ନୀରବପ୍ରସ୍ତୁତିପର୍ବ କରାଯାଉଥିଲା। ଭୋଟର ମାନେ ଧାଡ଼ି ବାନ୍ଧି ଜଣକ ପରେ ଜଣେ ଅତି ଆଗ୍ରହ ଓ ଉତ୍ସାହର ସହିତ ସେମାନଙ୍କର ମତଦାନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବଡଚଣା ଥାନା ଅଧିକାରୀ ଜଗଦୀଶ କର ଓ ତାଙ୍କ ସହଯୋଗୀ ମାନଙ୍କ ସହିତ ଭୋଟ୍ ଆରମ୍ଭରୁ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଅପରାହ୍ନ ୪ଟା ରେ ଗଣତି ଆରମ୍ଭ ହୋଇ ୬ସୁଦ୍ଧା ସମସ୍ତ ପଦବୀ ଫଳାଫଳ ଘୋଷଣା କରାଯାଇଥିଲା। କୋର୍ଟ ର ବରିଷ୍ଟ ଆଇନଜୀବି ତଥା ପୂର୍ବତନ ସଭାପତି ରେଣୁବାଳା ମହାନ୍ତି ମୂଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଜର ଦାୟିତ୍ଵ ଆଇନ୍ ବିଦ୍ଧି ବ୍ୟବସ୍ଥା ମଧ୍ୟରେ ଦକ୍ଷତାର ସହିତ ନିର୍ବାଚନ ପରିଚାଳନା କରିଥଲେ। ତାଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ସହ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବି ସମ୍ବିତ ମହାପାତ୍ର, ଶଶାଙ୍କ ଶେଖର ଶତପଥୀ ଓ ହେମନ୍ତ କୁମାର ମାହାଲା, ପ୍ରମୁଖ ନିଜର କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦିତ କରିଥିଲେ। ପରେ ନବ ନିର୍ବାଚିତ ସଭାପତି ଦେବରାଜ ବେହେରା ଉପସଭାପତି ଜ୍ଞାନେଶ୍ ମହାନ୍ତି, ସଂପାଦକ ପ୍ରକାଶ ଚନ୍ଦ୍ର ଦାସ ଯୁଗ୍ମ ସଂପାଦକ ସୁଢ଼ଳ କବି, ସାଂସ୍କୃତିକ ସଂପାଦକ ଦୀନବନ୍ଧୁ ନାୟକ, କୋଷଧକ୍ଷା ବେବିନା ଓଝା, ପାଠାଗାର ସଂପାଦକ ଇନ୍ଦିରା ପ୍ରିୟଦର୍ଶିନୀ ଜେନା, କ୍ରୀଡ଼ା ସଂପାଦକ ସୁନିଲ କୁମାର ଜେନା ସମେତ ବହୁ ଆଇନଜୀବି ନିର୍ବାଚନ ଅଧିକାରୀ ରେଣୁବାଳା ଓ ତାଙ୍କ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି।