
ଗାଇସିଲେଟ :- (କ ବ୍ୟୁ ) ପୁରୁଣା କଥାକୁ ମନେ ପକେଇଲେ ଜୀବିତ ଲୋକକୁ ଦୁଇଦିନର ଅତୀତ ଭଳି ମନେ ହେଉଛି l ସେ ଦିନ ଗାଇସିଲଟ ବହୁପୁରୁଣା ବ୍ଲକ ହେଲେ ଵି ଆଜିର ବସଷ୍ଟାଣ୍ଡରେ ଘର ନ ଥିଲା କି ଗହଳି ନ ଥିଲା l ଆଜିକୁ ଦୀର୍ଘ ଚାଳିଶ ବର୍ଷ ତଳର କଥା ନୁହେଁ କାହାଣୀ ଅଟେ l ବ୍ଲକ ବି. ଡ଼ି. ଓ. ଥାନ୍ତି ଶ୍ରୀ କୃଷ୍ଣ ଗୋପାଳ ମହାପାତ୍ର ଓ ଥାନାବାବୁ ଥିଲେ ଶ୍ରୀଯୁକ୍ତ….ପଟ୍ଟନାୟକ l ବାହା ନ ହୋଇ ଥିବାରୁ ଥାନାଅଧିକାରୀ ରାଜ କୁମାର ଭଳି ଶୋଭା ପାଉଥିଲେ l ପୋଲିସ ଭିତରେ ଗାଇସିଲେଟକୁ ଏପରି ମହା ମାନବ କେବେ ଆଜି ପର୍ଯ୍ୟନ୍ତ ଆସିନାହିଁ କି ଆସିବେ ନାହିଁ l ଶ୍ରୀ ପଟ୍ଟନାୟକ ଥିଲେ ପ୍ରଜାବତ୍ସଲ ରାଜା ଭଳି ଗାଇସିଲେଟର ପ୍ରତ୍ୟେକ ପରିବାରର ଜଣେ ସଭ୍ୟ l ସେ ସମୟରେ ଯାତାୟତ ପାଇଁ ଉନ୍ନତ ରାସ୍ତା ନ ଥିଲା ଓ ଗାଁ ଚାରିପଟେ ବାଧା ଦେଉଥିଲେ ନଦୀନାଲ l ଠିକ ଏହି ସମୟରେ ଥାନାବାବୁ ଯାଇଥିଲେ ନିକଟସ୍ଥ ଥାନା ମେଲଛାମୁଣ୍ଡାକୁ ଓ ସନ୍ଧ୍ୟା ସମୟ ଗଡି ରାତ୍ରି ସମୟରେ ନେଇ ଯାଇଥିବା ଅଫିସ ଗାଡିରେ ଆସି ନଦୀ ପାଖରେ ପହଞ୍ଚିଥିଲେ l ନଦୀ ପାର ହୋଇ ଗଡି ଷ୍ଟାଟ ହେଲାନାହିଁ l ଏପଟେ ପୁଣି ମଙ୍ଗଳବାର ଥାନାରେ ପୂଜା ହେବ ମାଆଙ୍କ l ସେ ପରୀକ୍ଷା ଆଶାରେ ଗାଇସିଲେଟ ଗ୍ରାମଦେବୀ ମଁl ବହଳତଲେନଙ୍କୁ ସ୍ମରଣ କରିଗଡି ଷ୍ଟାଟ କରିବା କ୍ଷଣି ଷ୍ଟାଟ ହୋଇ ଯଥାଶୀଘ୍ର ଆସି ମଁl ଙ୍କ ଆରାଧନା କରି ରାତ୍ରି ସମୟରେ ଦେବୀଙ୍କ ସହିତ ସ୍ବପ୍ନବାର୍ତ୍ତା ହୋଇଥିଲେ l ଏହା ପାରେ ତାଙ୍କ ପ୍ରଗାଢ଼ ବିଶ୍ୱାସରେ ହୋଇଥିଲା ବିଶ୍ୱାସରେ ଲିପ୍ତ ହୋଇ, ଥାନା ସାମ୍ନାରେ ମଁl ଙ୍କ ପୂଜା କିପରି ହେବ ?ଭାବି ବର୍ତ୍ତମାନ ପୂଜା ପାଉଥିବା ପୀଠରେ ଶୁଭ ସ୍ଥାପନ ଆରମ୍ଭ କରିଥିଲେ l ଆଗରୁ ଦାୟିତ୍ୱରେ ଥିବା ଥାନାବାବୁ ମାନେ ଏହିପରି ଭାବନା ରଖି ଯାଇଥିଲେ l କିନ୍ତୁ ଭକ୍ତ ବତ୍ସଳ ମଁl ଏତେ ଥାନା ବାବୁ ପଟ୍ଟନାୟକଙ୍କ ସହିତ ମଜ୍ଜି ଯାଇଥିଲେ କି ମଁl ପୁଅ, ଭାଈଭଉଣୀ ପରି ସ୍ୱପ୍ନରେ ସ୍ନେହର ଆଦାନ ପ୍ରଦାନରେ ରୁଷି ଯାଉଥିଲେ l ପୁଣି ଗୁହାରି କରି ଡାକିଦେଲେ ସାମନାରେ ପ୍ରତ୍ୟକ୍ଷ୍ୟ ଜଣା ପଡୁଥିଲେ l ଏହା ଥିଲା ମଁl ପୁଅଙ୍କ ଭକ୍ତି ଭାବ ଓ ଏହା ବାହାର ଲୋକଙ୍କୁ କହିବାକୁ ସାହସ କିମ୍ବା ସମୟ ମିଳୁ ନ ଥିଲା l ଆଜି 2026ରେ ସେହିପରି ଜଣେ ଆନ୍ଧ୍ରପ୍ରଦେଶରୁ ଆସି ସେହିପରି ସୁଭାଶିଷ ପାଇଁ ଶ୍ରୀ ନିଜ ମନରେ ମାଆଙ୍କୁ ବିଶ୍ୱାସ ରଖି ରୌପ୍ୟ ମୂର୍ତ୍ତି ସହିତ ମାଆଙ୍କ ସମସ୍ତ ସାମଗ୍ରୀ ଦେଇ ମନ୍ଦିର ପ୍ରତିଷ୍ଠାରେ ମୁଖ୍ୟ ଭୂମିକାରେ ରହିଛନ୍ତି l ଏହି ପୁରୁଣା ମନ୍ଦିରର ପୁନଃ ପ୍ରତିଷ୍ଠା ସମୟରେ ପୁଣି ଭକ୍ତ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱପ୍ନ ମାଧ୍ୟମରେ ଜଣାଇ ଉପସ୍ଥିତ କରାଇଥିଲେ ଓ ମାଆଙ୍କ ଭକ୍ତି ଡୋରିରେ ଚାଲି ଆସିଲେ ସ ପରିବାର l ଗାଇସିଲେଟ ବାସୀ କଥାଟି ସୁନିଥଲେ ସିନା ପ୍ରତ୍ୟକ୍ଷ ଚାଳିଶ ବର୍ଷର ଭକ୍ତ ଶ୍ରୀ ପଟ୍ଟନାୟକଙ୍କୁ ଦେଖି ଲୋକଙ୍କ ସ୍ନେହାଶ୍ରୁ ଗଡି ଯାଇଥିଲା l ବ୍ୟକ୍ତି ଆସି ଶ୍ରୀ ସୁରେଶ ପାଣିଗ୍ରାହୀଙ୍କ ଘରେ କିଛି ସମୟ ଆଶ୍ରୟ ନେଇ ଯଥାଶୀଘ୍ର ଲୋକଙ୍କୁ ଭାଟିବାକୁ ବାହାରି ଆସି ଯଥାମାନ୍ୟରେ ଗାଁ ୟୁଥ କ୍ଲବରେ ମଁl ଙ୍କ କଥୋପକଥନରେ ସମୟ ବିତାଇ ଥିଲେ l ଭକ୍ତଙ୍କ ଆଗମନ ଜାଣି ନିକଟସ୍ଥ ଭୋଇପାଲି ଗ୍ରାମବାସୀ ଦେଖିବାକୁ ଗାଁ ସାରା ଛୁଟି ଆସିଥିଲେ l ଏହି ମାଆଙ୍କ ସ୍ବପ୍ନ ଡାକରା ଶୁଣିଲେ ହୃଦୟରେ ଶିହରଣ ଖେଳି ଯାଉଛି l ଗାଇସିଲେଟ ଗ୍ରାମ ଦେବୀଙ୍କ ଲୋକଙ୍କ ଠାରେ ସାହାଯ୍ୟ ସହଯୋଗ ଆଜି ପର୍ଯ୍ୟନ୍ତ ରହି ଆସିଛି l