ଗାଇସିଲଟ ବ୍ଲକରେ (ମନରେଗା ) ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଜନଶୁଣାଣୀ ଶିବିର l

ଗାଇସିଲେଟ :- (କ ବ୍ୟୁ. ) ଆଜି ଗାଇସିଲେଟ ବ୍ବ୍ଲକ କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଆଇନର ବ୍ଲକ ସ୍ଥରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି l ଶିବିରରେ 1 ଏପ୍ରିଲ 2025 ଠାରୁ 30 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ସାମାଜିକ ସମୀକ୍ଷା ଜନ ଶୁଣାଣି ହୋଇଥିଲା ଶିବିରରେ ପଦ୍ମପୁର ଅତିରିକ୍ତ ଜ଼ିଲ୍ଲାପାଳ ନେପାଳ ମୁଣ୍ଡା ଏହି ଶିବିରରେ ସଭାପତିତ୍ୱ କରିଥିଲେ l A. P. O. ଶ୍ରୀ କେତନ ପଧାନ 19 ଟି ଗ୍ରାମ ପଂଚାୟତ ର ତଥ୍ୟ ଉପସ୍ଥାପନା କରିଥିବା ବେଳେ ବ୍ଲକ ସାମାଜିକ ସମୀକ୍ଷକ ଶ୍ରୀ ଉମାକାନ୍ତ ସାହୁ ଗ୍ରାମ ପଂଚାୟତ ଗୁଡିକର ସମସ୍ୟା ଗୁଡିକ ଉପସ୍ଥାପନ କରିଥିଲେ l ଗାଇସିଲେଟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମାଝୀ, ବ୍ଲକ ଅଧକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ, A. E. ଶ୍ରୀ କୈଳାଶ ଚନ୍ଦ୍ର ମେହେର ମଂଚାସୀନ ଥିବାବେଳେ, ସରପଞ୍ଚ, ସମିତି ସଭ୍ୟ, କାର୍ଯ୍ୟ ପତ୍ର ଧାରୀ, ମେଟ, ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ଏଠାରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀ ଅନୁପସ୍ଥିତ ଥିବା ନେଇ ଶିବିରରେ ତାଙ୍କର କାର୍ଯ୍ୟକ୍ରମକୁ ସଠିକ ଭାବରେ କରୁ ନ ଥିବାର ସୂଚିତ କରାଯାଉ ଥିଲା 100 ଦିନର କାର୍ଯ୍ୟ 1386 ଟି ପରିବାର, 200 ଦିନର କାର୍ଯ୍ୟ 62 ଟି ପରିବାର, 300 ଦିନର କାର୍ଯ୍ୟ 68 ଟି ପରିବାର ସମ୍ପୂର୍ଣ କରିପାରିଛନ୍ତି l ତଥାପି 300 ଦିନର କାର୍ଯ୍ୟ ଯୋଗାଇ ଦେବାପାଇଁ ଶ୍ରମିକ ମାନେ ଅଭିଯୋଗ କରିଥିଲେ l ସୂଚନା ଫଳକ ନ ହେବା, ସଠିକ ନଥି ପତ୍ର ନ ଥିବାରୁ ସାତ ଦିନ ମଧ୍ୟରେ ସମାଧାନ କରିବା ପାଇଁ ନିଁର୍ଧେଶ ଦେଇଥିଲ l ଶେଷରେ A. P. O. ଶ୍ରୀ କେତନ ପଧାନ ମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ପରିସମାପ୍ତି କରିଥିଲେ l

Leave a Reply

Your email address will not be published. Required fields are marked *