ପୀକିନିକ ବସ ଓଲଟି ୫ ମୃତ ୩0 ଉର୍ଦ୍ଧ ଯାତ୍ରୀ ଗୁରୁତର ଆହାତ

ନୟାଗଡ : ଟାକେରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡକୁ ଓଲଟିଲା ପୀକିନିକ ବସ୍ । ଡ୍ରାଇଭର୍ ସମେତ ୫ମୃତ , ୩୦ରୁ ଅଧିକ ଆହତ । ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର । ବ୍ରହ୍ମପୁର ଅଞ୍ଚଳର ପାଖାପାଖି ୫୦ଜଣ ଅନୀଲ ନାମକ ବସ୍ ରେ ଓଡିଶା ର ବିଭିନ୍ନ ତ୍ରିର୍ଥ ସ୍ଥାନ ବୁଲିବା ପାଇ ୩ ଦିନିଆ ବାହାରିଥିଲେ। ପ୍ରଥମ ଦିନରେ ବ୍ରହ୍ମପୁର ରୁ ବାହାରି ବଲାଙ୍ଗୀର ର ହରିଶଙ୍କର ଯାଉଥିଲେ। ଦଶପଲ୍ଲା ନିକଟ ଏକ ଢ଼ାବା ରେ ଗାଡି ଡ୍ରାଇଭର ଓ ପୀକିନିକ ଯାଉଥିବା ଯାତ୍ରୀ ମାନେ ଖାଇଥିଲେ। ସେଠାରୁ ଖାଇସାରି ଖୋର୍ଦ୍ଧାବଲାଙ୍ଗିର ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା ବସ୍ । ଖବର ପାଇ ଦଶପଲ୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପଂହଁଚି ବସରେ ଥିବା ଆହାତ ଯାତ୍ରୀ ମାନଙ୍କୁ ଙ୍କୁ ଉଧାର କରିଥିଲେ। ଆହାତ ଯାତ୍ରୀ ଙ୍କୁ ଅଗ୍ନିଶମ ବିଭାଗ ଗାଡ଼ି ଓ 108 ଆମ୍ବୁଲାନ୍ସ ରେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ। ଡାକ୍ତର ଡ୍ରାଇଭର ସମେତ ଅନ୍ୟ ୪ ଜଣ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ୭ ଜଣ ଗୁରୁତର ଆହାତ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଛି। ଡ୍ରାଇଭର ର ବେପରୁଆ ଗାଡିଚାଳନା କିମ୍ବା ମଦ୍ୟପାନ କରି ବସ ଟି ଦୁର୍ଘଟଣା ଘଟାଇ ଥିବା ଅନୁମାନ କରାଯାଉଛି। ଦଶପଲ୍ଲା ଥାନା ପୋଲିସ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *