କିଶୋରୀ ମାତୃତ୍ଵ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ କର୍ମଶାଳା

ବାରିପଦା(କ:ବ୍ଯୁ) ତା୨୬/୦୩/୨୦୨୬
ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ କିଶୋରୀ ମାତୃତ୍ଵ ସମ୍ବନ୍ଧୀୟ ଏକ କର୍ମଶାଳା ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଇଶ୍ୱର ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.କିଶୋର କୁମାର ଆଚାର୍ଯ୍ୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ,ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ଏବଂ ୟୁନିସେଫ ର ନେହା ସିଂ ପ୍ରମୁଖ ଉପସ୍ଥିତ ହୋଇ ମୟୁରଭଞ୍ଜ ଜିଲ୍ଲାରେ ବୃଦ୍ଧି ପାଉଥିବା କିଶୋରୀ ମାତୃତ୍ଵ କୁ କିପରି ରୋକI ଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ I ଏହାକୁ ରୋକିବା ପାଇଁ ସରକାର ଙ୍କ ଯୋଜନା କୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ସହିତ ସମସ୍ତଙ୍କର ପ୍ରୟାସ ଦ୍ୱାରା କିଶୋରୀ ମାତୃତ୍ୱ କୁ ରୋକାଯାଇ ପାରିବ ବୋଲି ଅତିଥି ମାନେ ମନ୍ତବ୍ୟ ରଖିଥିଲେ I ଉକ୍ତ କର୍ମଶାଳାରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ପଂଚାୟତ ସମିତି ଉନ୍ନୟନ ଅଧିକାରୀ, ଜିଲ୍ଲାର ବିଭିନ୍ନ ଚିକିତ୍ସା ଅଧିକାରୀ ସହିତ ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ରର କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ I ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ପରିଚାଳନା କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *