
ପାଲଲହଡା – ସାରା ରାଜ୍ୟ ରେ ଘରୋଇ ଗ୍ୟାସ ର ଅଭାବ ଦେଖା ଦେଇଥିବାବେଳେ ଶୁକ୍ରବାର ପାଲଲହଡା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଙ୍କ ନିର୍ଦେଶ ରେ ପାଲଲହଡା ତହସିଲଦାର ଆକାଂକ୍ଷା ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ପାଲଲହଡା ଉପଖଣ୍ଡ ର ବିଭିର୍ନ ହୋଟେଲ ଏବଂ ଢ଼ାବା ରେ ଚଢ଼ାଉ କରି 2 ଟି ନିର୍ଦିଷ୍ଟ ଢାବାରୁ ମୋଟ ବେଆଇନ ଭାବେ ବ୍ୟବହାର କରାଯାଉଥିବା 12 ଟି ଘରୋଇ ଉପଯୋଗୀ ଏଲପିଜି ସିଲିଣ୍ଡର କୁ ଜବତ କରାଯାଇଥିଲା I ଉକ୍ତ ଚଢ଼ାଉ ରେ ପାଲଲହଡା ଏସିଏସଓ ହେମନ୍ତ କୁମାର ବେହେରା, ପୋଲିସ ସବ ଇନ୍ସପେକ୍ଟର ପ୍ରିୟବ୍ରତ ନାୟକ ଆଦି ସାମିଲ ଥିଲେ I ଅନ୍ୟାପଟେ ଅଞ୍ଚଳ ର ବିଭିର୍ନ ଢ଼ାବା, ହୋଟେଲ ଏବଂ ରେସ୍ତୁରାନ୍ତ ରେ ବେଧଡ଼କ ଭାବେ ଘରୋଇ ଉପଯୋଗୀ ସିଲିଣ୍ଡର ବ୍ୟବହାର କରାଯାଉଥିବାବେଳେ ଆମକୁ ନିର୍ଦିଷ୍ଠ ଭାବେ ପ୍ରଶାସନ ଟାର୍ଗେଟ କରୁଥିବା ଢ଼ାବା ମାଲିକ ମାନେ କହିଛନ୍ତି I ଅନ୍ୟପଟେ ଆଗାମୀ ଦିନ ରେ ଚଢ଼ାଉ ଜାରି ରହିବ ବୋଲି ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ବେହେରା କହିଛନ୍ତି I