ବନଲକ୍ଷ୍ମୀ ମହାନ୍ତି ଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ସମ୍ମାନ ପ୍ରଦାନ।

ଚଣ୍ଡିଖୋଲ ୧୦/୩( କ ବ୍ୟୁ ) : ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ବାତୋ ଉନ୍ନୀତ ମଧ୍ୟ ଇଂଗ୍ରାଜି ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ବନ ଲକ୍ଷ୍ମୀ ମହାନ୍ତିଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ସମ୍ମାନ ପ୍ରଦାନ କରା ଯାଇଛି। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ସ୍ମୃତିରଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଟ୍ରଷ୍ଟ ର ଅଧ୍ୟକ୍ଷ ଚନ୍ଦ୍ରକାନ୍ତମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ଡ ରଜନୀକାନ୍ତ ମିଶ୍ର, ଡ ସୁଜାତା ପ୍ରହରାଜ୍, ଦେବସ୍ମିତା ମିଶ୍ର ଯୋଗଦେଇ ବନ ଲକ୍ଷ୍ମୀ ମହାନ୍ତିଙ୍କୁ ଉତ୍ତରୀୟ, ମାନପତ୍ର ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରୋଜାଲିନ ମହାନ୍ତି ଧନ୍ୟ ବାଦ ଅର୍ପଣ କରିଥିଲେ।ନିକଟସ୍ତ ଚଣ୍ଡିତଳ ଗ୍ରାମ ପଞ୍ଚାୟତ ର ପ୍ରାକ୍ତନ ସମିତି ସଭ୍ୟ ତଥା ଶିକ୍ଷାବିତ୍ ଚିନ୍ମୟ ମହାନ୍ତି ଙ୍କ ଧର୍ମ ପତ୍ନୀ ତଥା ବିଶିଷ୍ଟ ସମାଜସେବୀ ସ୍ବର୍ଗତ ନଟବର ମହାନ୍ତିଙ୍କ ବୋହୂ ବନ ଲକ୍ଷ୍ମୀ ଜଣେ ଆଦର୍ଶ ଶିକ୍ଷୟତ୍ରୀ, ଛାତ୍ର ବତ୍ସଳା,ସମୟାନୁବର୍ତ୍ତି, କର୍ତ୍ତବ୍ୟ ନିଷ୍ଠ,ଶିକ୍ଷୟତ୍ରୀ ଭାବେ ପରିଚିତ। ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥି ସହିତ ସେ ବହୁ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ବନ ଲକ୍ଷ୍ମୀ ମହାନ୍ତି ଆଦର୍ଶ ଶିକ୍ଷୟତ୍ରୀ ସମ୍ମାନ ପାଇ ଥିବାରୁ ତାଙ୍କୁ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷାବିତ୍ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *