୧୧୦ତମ ବିଜୁ ଜୟନ୍ତୀ ପାଳିତ: ଅନୁଗୋଳ ନିର୍ବାଚନ ମଣ୍ଡଳୀ

ଅନୁଗୋଳ : ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଥମେ ବିଜୁ ମଇଦାନ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଚଣ୍ଡୀଖମଣ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ ସାମନ୍ତ, ବଅଁରପାଳ ବ୍ଲକ ଅଧକ୍ଷ ଶ୍ରୀ ବିଜୟ କୁମାର ନାଥ, କାଉନସିଲର ବୃନ୍ଦ ଶ୍ରୀ ସଦାନନ୍ଦ ପଣ୍ଡା, ଶ୍ରୀ ରଞ୍ଜିତ୍ ମଣ୍ଡୋଠିଆ, ଶ୍ରୀ ବଳରାମ ଜେନା, ଶ୍ରୀ ଶଙ୍କର ସେଠୀ, ଅନୁଗୋଳ ଜିଲ୍ଲା ବିଜେଡ଼ି ଉପ ସଭାପତି ଶ୍ରୀ ଧରଣୀଧର ସାହୁ, ଅନୁଗୋଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ରାଜୀବ ଲୋଚନ ଦାସ, ଅନୁଗୋଳ ବ୍ଲକ ବିଜେଡି ସଭାପତି ତଥା କୁମୁରିସିଂହା ସରପଞ୍ଚ ଶ୍ରୀ ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ବିଜେଡ଼ି ସମ୍ପାଦକ ବୃନ୍ଦ ଶ୍ରୀ ମୋହନ ସାହୁ, ଶ୍ରୀ ନକୁଳ ସାହୁ, ଶ୍ରୀ ଅଜିତ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ ବୈଠକ ସଭାପତିତ୍ବ କରିଥିଲେ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀ ସରୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ବିଜେଡ଼ି ନେତା ଶ୍ରୀ ଅରୁଣାଭ ସିଂହ ଓ ଯୁବ – ଛାତ୍ର ବିଜୁ ଜନତା ଦଳର ସଭ୍ୟ ବୈଠକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *