“ଉଦଳା ଲେମ୍ପ୍ସ ପକ୍ଷରୁ ଧାନ ମଣ୍ଡି ଆନୁଷ୍ଠିନିକ ଭାବେ ଉଦଘାଟିତ”

ବାରିପଦା-ଉଦଳା(କ:ବ୍ଯୁ) ତା୨୯/୧୨/୨୦୨୫
ମୟୂରଭଞ୍ଜ ଜିଲ୍ଲା ଉଦଳା   ସହର ରେ ଥିବା ଉଦଳା ଲେମ୍ପ୍ସ ପକ୍ଷରୁ ଆରମ୍ଭ ହେବ ଧାନ କିଣା। ଆଜି ଉଦଘାଟିତ ହୋଇଛି ଉଦଳା ଲେମ୍ଫ୍ସ ଧାନ ମଣ୍ଡି।  ଉଦଘାଟନରେ ଉଦଳା ଏନ୍ ଏ ସି ର ଚେୟାର ପରସନ ପ୍ରମିଳା ପଣ୍ଡା ,କାଉନସିଲର ଶରତ ଚନ୍ଦ୍ର ଦାସ, ଉଋମୀଳା ନାୟକ,ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ ବେହେରା,ସହକାରୀ ନିବନ୍ଧକ ସମବାୟୁ ସମିତି ସୁକ୍ରାମ ସିଂ ,କାର୍ଯ୍ୟାଳୟ ର ଉପସହକାରୀ ନିବନ୍ଧକ ବିଭୁତି ଭୁଷଣ ବେହେରା,ଲେମ୍ପ୍ସ ର ଚେୟାର ପରସନ‌ ହର ଗୋବିନ୍ଦ ଦଳେଇ ଙ୍କ ଅଧ୍ୟକ୍ଷ‌ତା ରେ ବୈଠକ ଅନୁଷ୍ଠିତ  ହୋଇ ବିଧିବଦ୍ଧ ଭାବେ   ଫିତାକାଟି ମଣ୍ଡି ଉଦଘାଟନ କରାଯାଇଛି । କିପରି ଭାବେ ପୂର୍ବ ବର୍ଷ ମାନଙ୍କରେ ମଣ୍ଡିକୁ ନେଇ ଉପୁଜିଥିବା ସମସ୍ୟା ଚଳିତ ବର୍ଷ ନ ଉପୁଜିବ ତାହା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ଉପସ୍ଥିତ କୃଷକ କମିଟି ମେମ୍ବର ଅଧିକାରୀଙ୍କୁ କହିଥିଲେ। ବିଶେଷ କରି ଧାନ କଟନୀ, ଛଟଣି, ମିଲର ଙ୍କ ମନମାନି ଏ ସବୁ ଦିଗ ଉପରେ ନଜର ଦେବା ପାଇଁ ସ୍ପେସିଆଲ ଟାସ୍କ ଫୋର୍ସ ଗଠନ କରାଯାଇଛି, ଯାହାକି ଚଳିତ ବର୍ଷ ମଣ୍ଡିରେ ଧାନ କିଣାରେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ନଗରପାଳ ।ଚାଷୀ ମାନେ ଏଫଏକ୍ୟୁ ମାନର ଧାନ ଏବଂ ପ୍ରଥମେ ଟୋକନ ପାଇଥିବା ଚାଷୀଙ୍କ ଧାନ ପ୍ରଥମେ ଗ୍ରହଣ କରାଯିବ ଏହା ୩୧/୩/୨୦୨୬ ମଧ୍ୟରେ କିଣାଯିବ ଏବଂ ବ୍ଲକ ଅଧିନରେ ୨୪ ଗୋଟି ମଣ୍ଡିରେ କିପରି ସଠିକ ଭାବେ ଧାନ କ୍ରୟ ହୋଇପାରିବ ସେ ନେଇ ପ୍ରଶାସନ ସଜାଗ ଅଛି ବୋଲି କହିଛନ୍ତି ଯୋଗାଣ ଅଧିକାରୀ। ଆଜିର ଏହି କାର୍ଯ୍ୟକ୍ରମରେ ପରୀଚାଳଣା ନିଵନ୍ଧକ ଉଦଳା ଲେମ୍ଫ୍ସ ବିବେକା ନନ୍ଦ ଲେଙ୍କା ଅତିଥି ପରୀଚୟ ପ୍ରଦାନ କରିଥିଲେ ‌।ପରୀଚାଳଣା ନିର୍ଦ୍ଦେଶକ  ହାଡିବନ୍ଧୁ ପୋଥାଳ,ବନମାଳି ବେହେରା,ସନାତନ ପରିଡା,ଅଗ୍ରଣି କୃଷକ ପ୍ରଭାତ ପରିଡା ,ଗୈରୀ  ଜେନା, ପ୍ରମୁଖ ଯୋଗ ଦେଇ  ଲେମ୍ଫ ପକ୍ଷରୁ ଉଦଘାଟନ ହୋଇଥିବା ଧାନ ମଣ୍ଡି ର କଟଣୀ ଛଟଣି ୫କିଲୋ ଧାନ ରେ ସିମିତି ପାଇଁ ଦୃଷ୍ଟିକୁ ଆଣିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମସ୍ତ କୃଷକ କମିଟି ସଦସ୍ୟ ଓ ଲେମ୍ଫ୍ସ ର କର୍ମଚାରୀ ଙ୍କ ସହାୟତା ରେ ସଫଳ ହୋଇଛି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *