
ବାରିପଦା-ଉଦଳା(କ:ବ୍ଯୁ) ୨୮/୧୨/୨୫ – ରବିବାର ଉଦଳା ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ସମାରୋହ ଭୀମତାଳି ପଞ୍ଚାୟତ ଅନ୍ତର୍ଗତ ପରିଡା ଜଗନ୍ନାଥ ଭିଲ୍ଲା ଠାରେ ମହାସମାରୋହରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଡ. ସଚ୍ଚିଦାନନ୍ଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି ମଞ୍ଚ ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଉଦଳା ବିଧାୟକ ଭାସ୍କର ମଢେଇ ଯୋଗ ଦେଇ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ କପ୍ତିପଦା ଉପଖଣ୍ଡର ସର୍ବାଙ୍ଗୀନ ବିକାଶ ନିମନ୍ତେ ରେଳ ସଂଯୋଗ, ଦେବକୁଣ୍ଡ, ସମୀବୃକ୍ଷ, ଜୟବନ୍ଧ, ବାଘାଯତୀନ ପ୍ରତିମୂର୍ତ୍ତି ଓ ଧରଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତି ଓ ବିଭିନ୍ନ ସଂଘ ତଥା ମନ୍ଦିରର ବିକାଶ ଦିଗରେ ନେଇଥିବା ବିଭିନ୍ନ ପଦକ୍ଷେପ ଓ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟର ବିକାଶ ଦିଗରେ ଦେଇଥିବା ଅନୁଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଯୋଗ ଦେଇ ଏନଏସିର ରାସ୍ତା, ନାଳ, ଓ ଆଲୋକୀ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ନାଗରିକ ସଂଘ ଗୃହର ପୂର୍ଣ୍ଣାଙ୍ଗତା ଦିଗରେ ଦୃଷ୍ଟି ଦେବା ପାଇଁ ମତ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଦିଲ୍ଲୀପ କୁମାର ଦୀକ୍ଷିତ୍ ଯୋଗ ଦେଇ ସଂଘ ସଭାପତିଙ୍କ ବିୟୋଗରେ ନୂତନ ସଭାପତି ଚୟନ ସମ୍ପର୍କରେ ମତ ଦେଇଥିଲେ । ଉପସଭାପତି ସଚ୍ଚିଦାନନ୍ଦ ପରିଡା ଏନଏସିକୁ ପଲିଥିନ୍ ମୁକ୍ତ ଓ ବରିଷ୍ଠ ନାଗରିକଙ୍କ କାର୍ଯ୍ୟାଳୟର ପୂର୍ଣ୍ଣାଙ୍ଗତା କରିବା ପାଇଁ ମତ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ନରେନ୍ଦ୍ର ମୋହନ ଜେନା ଭାଗବତ ଟୁଙ୍ଗୀ ଓ ସଂଘ ସଦସ୍ୟଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ପୁରାତନ ସଦସ୍ୟ ପ୍ରଭାତ କୁମାର ପରିଡା ସାଇବର କ୍ରାଇମ୍ ସଚେତନତା, ଓଡିଆ ମାଧ୍ୟମ ବିଦ୍ୟାଳୟ ପ୍ରତି ଗୁରୁତ୍ୱ, ଏନଏସିର ବିକାଶ, ରେଳ ସଂଯୋଗ ଉପରେ ପ୍ରାଧାନ୍ୟ ଦେଇ ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ଶ୍ରୀମତୀ ଶାନ୍ତିଲତା ପଣ୍ଡା ବୟସ ୧୦୬ ବର୍ଷ, ସ୍ୱାମୀ – ସ୍ୱର୍ଗତ ନୃସିଂହଚରଣ ପଣ୍ଡା ଭୀମତାଳିଙ୍କୁ ଅଦ୍ୟ ତାରିଖରେ କପ୍ତିପଦା ଉପଖଣ୍ଡ ଉଦଳାର ବର୍ଷିୟାନ ଶତାୟୁ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଉଭୟ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସହ ସମ୍ପାଦକ ଅଶୋକ କୁମାର ମହାନ୍ତି ବରିଷ୍ଠ ନାଗରିକ ସଂଘ ଯୁଗ ସଂଚେତନତାର ବାର୍ତ୍ତା ବହନ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଆଜୀବନ ସଭାପତି ଜୟଚନ୍ଦ୍ର ପତ୍ରୀଙ୍କ ବିୟୋଗରେ ତାଙ୍କର ବିୟୋଗରେ ନଭେମ୍ବର ମାସ ୧୮ ତାରିଖରେ ବୈଠକ ବସିବା ଓ ତାଙ୍କର ବାର୍ଷିକ ଉତ୍ସବରେ ଏକ ପତ୍ରିକା ଉନ୍ମୋଚନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସହିତ ୨୦୨୫ ମସିହାରେ ବରିଷ୍ଠ ନାଗରିକ ସଂଘ ସଂପାଦନ କରିଥିବା ବିଭିନ୍ନ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ କାଶୀନାଥ ଦାସ ଏବଂ ନରେନ୍ଦ୍ରନାଥ ରାଉତ ସଂଘ ବିକାଶର ଦିଗ ଉପରେ ଗୁରୁତ୍ୱ ଦେଇଥିଲେ । ସଭାର ପ୍ରାରମ୍ଭରେ ପ୍ରାକ୍ତନ ସଭାପତି ଜୟଚନ୍ଦ୍ର ପତ୍ରୀ ଓ ଅନ୍ୟାନ୍ୟ ସଦସ୍ୟଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସମସ୍ତ ବରିଷ୍ଠ ସଭ୍ୟ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଆନନ୍ଦତା ବ୍ୟକ୍ତ କରିଥିଲେ । ଶେଷରେ ସହ ସମ୍ପାଦକ ଅଶୋକ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)