ବାରିପଦା-ଉଦଳା(କ:ବ୍ଯୁ) ତା୨୯/୧୦ ଦୁଇଟି ପୃଥକ ମକଦ୍ଦମାରେ ବଳାତ୍କାରୀମାନଙ୍କୁ ଉଦଳା ଏଡ଼ିଜେ କୋର୍ଟ ଦ୍ୱାରା ଦଣ୍ଡାଦେଶ ଶୁଣାଇଛନ୍ତି । ଉଦଳା ଥାନା ନଂ-୩୯୭ ତା୨୨-୧୧-୨୦୨୪ରିଖ ତଥା ଉଦଳା କୋର୍ଟର ସେସନ ଟ୍ରାଏଲ ମକଦ୍ଦମା ନଂ୧୯୧/୨୫ର ଶୁଣାଣି କରି ଏଡ଼ିଜେ କୋର୍ଟର ବିଚାରପତି ପ୍ରଦୀପ କୁମାର ବେହେରା ଶୁଣାଣି କରି ଅଭିଯୁକ୍ତମାନଙ୍କୁ ଦଫା ୭୦ (୧) ବି.ଏନ.ଏସ. ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦେଶ କରିଛନ୍ତି । ଉକ୍ତ ଆଦେଶନାମା ଅନାଦେଶ କଲେ ଆଉ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ଗତ ତା୧୮-୧୧-୨୪ରିଖ ଦିନ ଜନୈକ ମହିଳା ଡ଼ିହିରାକୁଳ ଜନ ସେବା କେନ୍ଦ୍ରକୁ ଯାଇ ଫେରୁଥିବା ବେଳେ ସନ୍ଧ୍ୟା ଘ୬.୩୦ମିନିଟି ରୁ ୭ ଘଟିକା ସମୟରେ ଟାଙ୍ଗଣା ନଦୀ ନିକଟରେ ପୂର୍ବରୁ ଜଗି ରହିଥିବା ଅଭିଯୁକ୍ତ ମାନେ ମହିଳାଙ୍କୁ ଏକୁଟିଆ ଥିବାର ଦେଖି ଟଙ୍ଗଣା ନଦୀ କୂଳରେ ବଳାତ୍କାର କରିଥିଲେ । ମହିଳା ଜଣଙ୍କ ପରିବାର ଲୋକଙ୍କୁ ନିକଟରେ ପ୍ରକାଶ କରିବା ପରେ ସେ ନେଇ ଉଦଳା ଥାନାରେ ଅଭିଯୋଗ ହୋଇଥିଲା । ଉଦଳା ପୋଲିସ ଅଭିଯୋଗକୁ ଆଧାର କରି ଶଙ୍କରାଖୁଣ୍ଟା ଗ୍ରାମର ମୁନା ପଲେଇ (୨୭) ଓ ଦୟାନିଧି ପଲେଇ (୨୮)ଙ୍କ ନାମରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ।
ସେହି ପରି ଖୁଣ୍ଟା ଥାନା ଅଞ୍ଚଳର ବଡ଼ରାଇକାଳି ଗ୍ରାମର ଜଣେ ଦିବ୍ୟାଙ୍ଗକୁ ଘରେ କେହି ନଥିବା ବେଳେ ସେହି ଗ୍ରାମର ଶରତ ଚନ୍ଦ୍ର ନାଏକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଦିବ୍ୟାଙ୍ଗଙ୍କ ମାଆଙ୍କ ଅଭିଯୋଗ କ୍ରମେ ଖୁଣ୍ଟା ପୋଲିସ ମକଦ୍ଦମା ନଂ୩୩୬ ତା୨୫-୧୧-୨୦୨୩ରିଖ ରେ ତଦନ୍ତ ଆରମ୍ଭ କରିଥିଲେ । ଉଦଳା ଏଡ଼ିଜେ କୋର୍ଟ ସେସନ ଟ୍ରାଏଲ ମକଦ୍ଦମା ନଂ୭୦/୪୫ ମସିହା ୨୦୨୪-୨୫ର ଶୁଣାଣି କରି ଉଦଳା ଏ.ଡ଼ି.ଜେ. କୋର୍ଟର ବିଚାର ପତି ପ୍ରଦୀପ କୁମାର ବେହେରା ଅଭିଯୁକ୍ତଙ୍କୁ ପ୍ରାଥମିକ ପର୍ଯ୍ୟାୟ ଦଫା ୪୫୦ ଅୁନଯାଇ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଉକ୍ତ ଆଦେଶନାମା ଅନାଦେଶ କଲେ ଆଉ ୬ ମାଦ କାରାଦଣ୍ଡ ଭୋଗିବେ । ସେହି ପରି ଦ୍ୱିତୀୟ ପର୍ଯ୍ୟାୟରେ ଦଫା ୩୭୬(୨)(ଜେ) ଅନୁଯାୟୀ ୧୦ ବର୍ଷ ସମେତ ୧୦ ହଜାର ଟଙ୍କା ଜରିମାନା ଦେବେ । ସେଥିରେ ଅନାଦେଶ କଲେ ଆଉ ୧ ବର୍ଷ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ । ତୃତୀୟ ପର୍ଯ୍ୟାୟରେ ଦଫା ୩୭୬(୨)(ଏଲ) ଅନୁଯାୟୀ ୧୦ ବର୍ଷ ସମେତ ୧୦ ହଜାର ଟଙ୍କା ଜରିମାନା ଦେବେ । ସେଥିରେ ଅନାଦେଶ କଲେ ଆଉ ୧ ବର୍ଷ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ । ଉଭୟ ମକଦ୍ଦମା ପାଇଁ ମୟୂରଭଞ୍ଜ ଡ଼େପୁଟି ଡ଼ାଇରେକ୍ଟର ଅଫ ପବ୍ଲିକ ପ୍ରସିକ୍ୟୁଟର ବିଧୁଭୁଷଣ ମହାନ୍ତି ଙ୍କ ମାର୍ଗଦର୍ଶନରେ ସରକାରୀ ଆଇନଜୀବୀ ଭାବେ ଲିଲେସ କୁମାର ଜେନା ମକଦ୍ଦମା ଲଢ଼ୁଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)