
ବାରିପଦା-ଉଦଳା(କ:ବ୍ଯୁ) ତା୩୦/୧୦/୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ରେ କେନ୍ଦ୍ରିୟ ବିଦ୍ୟାଳୟ ଖୋଲିବାକୁ ବହୁ ଦିନର ସ୍ବପ୍ନ କେନ୍ଦ୍ର କ୍ୟାବିନେଟ୍ ରେ ଦୃର୍ଗା ପୂଜା ଭେଟୀ ଉଦଳା ବାସି ଙ୍କୁ ପ୍ରଦାନ କରିଛନ୍ତି । କେନ୍ଦ୍ରିୟ ବିଦ୍ୟାଳୟ ଖୋଲା ଯିବାକୁ ବଶ୍ଯକିୟ ଭିତୀଭୂମୀ ପରିଦର୍ଶନ ରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଆସି ସମସ୍ତ ବିଷୟ ଅନୁଧ୍ୟାନ କରିଛନ୍ତି । ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ କେନ୍ଦ୍ରିୟ ବିଦ୍ୟାଳୟ ଅସ୍ଥାୟୀ ଶ୍ରେଣି ଗୃହ ,ଶୌଚାଳୟ ,ମୁଖଶାଳା ବିଶାଳ ଫାଟକ, ଆନୁସଙ୍ଗିକ କାର୍ଯ୍ୟ, ପାନୀୟ ଜଳର ନିୟମ ଅନୁଯାଇ ଆବସକୀୟ ସମସ୍ତ କାର୍ଯ୍ୟ ସମାପନ ହୋଇଥିବା ଦେଖିଛନ୍ତି । ବାରିପଦା କେ ଭି ଏସି ର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକ ଅସିଥିଲେ । ବିଧାୟକ ଭାସ୍କର ଚନ୍ଦ୍ର ମଡ଼େଇ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ତ କଥା ଜଣାଇଥିଲେ ।କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ସଚିବ ଉଚ୍ଚ କତ୍ତୃପକ୍ଷ କେନ୍ଦ୍ରିୟ ବିଦ୍ୟାଳୟ ସଂସ୍ଥାନ କମିଶନର ଙ୍କ ଉଦ୍ୟମ ରେ
୨୦୧୯ମସିହା ରୁ ଚେଲେଞ୍ଜ ମେଥଡ ରେ କରାଯିବାକୁ ଉଦ୍ୟମ ହୋଇ କାଟଖାଇଥିଲା । ଚଳିତ କ୍ୟାବିନେଟ୍ ଚେଲେଞ୍ଜ ମେଥଡ ପରିବର୍ତ୍ତେ ଶିମିଳିପାଳ ପାଦଦେଶରେ ଥିବାରୁ ହିଲ୍ ଏରିଆ ଦର୍ଶାଯାଇ ପାରିତ ହୋଇଅଛି । ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ତରିକତା ସହିତ ଉଦଳା ବାସିନ୍ଦାଙ୍କୁ ଦୃର୍ଗା ପୂଜା ଅବସର ରେ ଶୃଙ୍ଖଳିତ ମଣିଷ ତିଆରି କାରଖାନା ଭେଟି ପ୍ରଦାନ କରିଛନ୍ତି ।ଆସନ୍ତା ଶିକ୍ଷା ବର୍ଷ ରୁ ନାମଲେଖା ହେବ ବୋଲି ପ୍ରକାଶ କରିଛନ୍ତି ।ଏହି ପରିଦର୍ଶନ ସମୟ ରେ ଉଦଳା ବିଧାୟକ,ଉପଜିଲ୍ଲାପାଳ ଶୁଶାନ୍ତ କୁମାର ବାରିକ,ପିଏ ଆଇ ଟି ଡି ଏ ନରେନ୍ଦ୍ର ଖମାରୀ,ଆଇ ଟି ଡି ଏ ସହକାରୀ ଯନ୍ତ୍ରୀ ,ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୁଖ ସାମିଲ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)