
ପାରାଦୀପ : ପାରାଦୀପ କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ପାରାଦୀପ ଏଡିଏମ୍ ସଭା ଗୃହରେ ଅନୁଷ୍ଠିତ କରାଯାଇ ଥିଲା l ଏଥିରେ ପାରାଦୀପ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦୀପ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଜିଲ୍ଲା ପବ୍ଲିକି ରିଲେସନ ଅଫିସର ପ୍ରତିଚି ତନୟା ମାହାନ୍ତି ମ୍ୟାଡମ୍ ଯୋଗ ଦେଇ ଥିବା ବେଳେ ପାରାଦୀପ ଆଦର୍ଶ ଥାନା ଭାରା ପ୍ରାପ୍ତ ଅଧିକାରୀ ଶ୍ରୀ କାବୁଲି ବାରିକ ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l କଳିଙ୍ଗ ବାଲିଯାତ୍ରା ମହୋତ୍ସବ ପାଇଁ କରାଯାଇ ଥିବା କାର୍ଯ୍ୟକ୍ରମ ଉପରେ ପାରାଦୀପ ଉପଜିଲ୍ଲାପାଳ ବିସ୍ତୃତ ଭାବେ ସାମ୍ବାଦିକ ମାନଙ୍କୁ ଅବଗତ କରାଇ ଥିଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍