“ରାଢୋ କ୍ଲଷ୍ଟର ରେ ଶିଶୁ ପ୍ରତିଭା ମହୋତ୍ସବ (ସୁରଭି ୨୦୨୫)ଅନୁଷ୍ଠିତ “

ବାରିପଦା-ଉଦଳା(କ:ବ୍ଯୁ) ତା୨୮.୧୦.୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅନ୍ତର୍ଗତ  ରାଢୋ କ୍ଲଷ୍ଟର ରେ ସୋମବାର ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ।କ୍ଲଷ୍ଟର୍ ସଂଯୋଜକ ଲଳିତ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହା ଆଡ଼ମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ସଭାରେ ରାଢୋ କେ ଜି ବି ଭି  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ବେହେରା ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ଉଦଳା ଏନ୍.ଏ.ସି. ର ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ରାଢୋ ପଞ୍ଚାୟତ ର ନାଏବ ସରପଞ୍ଚ ଜବା ମୁର୍ମୁ,ପି.ଏସ. ସଦସ୍ୟା ଗୌରୀ ରାଣୀ ପାତ୍ର ଯୋଗ ଦେଇ ଥିବା ବେଳେ ଉଦଯାପନୀ ସଭାରେ ଉଦଳା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ବି.ଆର.ସି.ସି. ମିନତୀ ମଞ୍ଜରୀ ପଣ୍ଡା, ଏବିଇଓ ସନ୍ଧ୍ୟା ରାଣୀ ବାରିକ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଲଳିତା ବିଶୋଇ ଆଦି ଯୋଗ ଦେଇ ଥିଲେ।ସମସ୍ତ ଅଥିତି ଦେବଙ୍କୁ କ୍ଲଷ୍ଟର୍ ପକ୍ଷରୁ ପୁଷ୍ପଗୁଚ୍ଛ, ବ୍ୟାଚ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହା ପରେ ସୁରଭି ୨୦୨୫ କାର୍ଯ୍ୟକ୍ରମ ର ସଭା ମଞ୍ଚ କୁ ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଫିତା କାଟି ଶୁଭାରମ୍ଭ କରିବା ପରେ ମଞ୍ଚରେ ସୁସଜ୍ଜିତ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣ ରେ ଧୂପ, ପୁଷ୍ପ, ଚନ୍ଦନ ଅର୍ପଣ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏହା ପରେ ପିଲା ମାନଙ୍କ ଉଦ୍ଦେଶ୍ୟରେ ସମସ୍ତ ଅତିଥି ସରକାରଙ୍କର ଏହି କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିବା ସହ ପିଲାମାନଙ୍କୁ ନିରନ୍ତର ପ୍ରଚେଷ୍ଟା ଜାରି ରଖି ଅଭ୍ୟାସ କରିବାକୁ ଉପଦେଶ ଦେଇଥିଲେ। ତତ୍ ସହିତ ଭଲ ମଣିଷ ହେବା ପାଇଁ ଶୃଙ୍ଖଳା କୁ ଗୁରୁତ୍ଵ ଦେବାକୁ ଯାଇ ମୁଖ୍ୟ ବକ୍ତା ରମେଶ ଚନ୍ଦ୍ର ନାୟକ କେତେକ ଜୀବନ୍ତ ଦୃଷ୍ଟାନ୍ତ ମାଧ୍ୟମରେ ପିଲା, ଶିକ୍ଷକ ତଥା ଅଭିଭାବକ ମାନଙ୍କ ପାଇଁ ଏକ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *