

ଚଣ୍ଡିଖୋଲ ୨୪/୧୦(କ ଵ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା ଓ ଜିନ କାର୍ଯ୍ଯ ବିଶ୍ଳେଷଣ ରେ ଏସ ଆଇ ଆର୍ ଏନ୍ ଏ ଶୀର୍ଷକ ଆଲୋଚନାଚକ୍ର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ରଞ୍ଜିତା ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗଦେଇ ପିଲାମାନଙ୍କୁ ଏକାଗ୍ରତାର ସହିତ ଶିକ୍ଷା ଓ ଗବେଷଣା ରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ପତି ପିଲା ମାନଙ୍କୁ ଗବେଷଣା ଓ ଜିନ କାର୍ଯ୍ଯ ବିଶ୍ଳେଷଣ ରେ ଏସ, ଆଇ ଆର୍ ଏନ୍ ଏ କିପରି ଭାବରେ କର୍କଟ ଓ ଅନ୍ୟାନ୍ୟ ଭୂତାଣୁ ଜନିତ ରୋଗ ରୁ ମନୁଷ୍ୟ ଙ୍କୁ ରକ୍ଷା କରି ପାରିବ ଏହି ସନ୍ଦର୍ଭରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ଅଧ୍ୟାପିକା ରଞ୍ଜିତା ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଇପସିତା ସାହୁ ବିଷୟବସ୍ତୁ ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ +୩ ଶେଷବର୍ଷ ଛାତ୍ର ସ୍ଵାଧୀନକେତନ ସ୍ବାଇଁ ଏସ ଆଇ ଆର୍ ଏନ୍ ଏ ବିଷୟରେ ସ୍ଵଲିଖିତ ସନ୍ଦର୍ଭ ପାଠ କରିଥିଲେ। ଏହି ଆଲୋଚନାରେ ଚକ୍ରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।