ବେଆଇନ ଭାବେ ଜମି ଅଧିଗ୍ରହଣ କରୁଛି ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼

ରାଜଗାଙ୍ଗପୁର :- ରାଜଗାଙ୍ଗପୁର ତହସିଲର କୁକୁଡ଼ା,ବିହାବନ୍ଧ ଓ କୁତ୍ରା ତହସିଲ ଲାଞ୍ଜିବେର୍ନା। ଅଞ୍ଚଳର ଜମିମାଳିକ ମାନେ ନିଜ ଜମି ଅଧିଗ୍ରହଣ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।” ସେମାନଙ୍କ ଅଭିଯୋଗ ୨୬ ଜାନୁଆରୀ ୨୦୨୦ ରେ କୁକୁଡ଼ା ପଞ୍ଚାୟତ ଓ ଲାଞ୍ଜିବେର୍ଣା ପଞ୍ଚାୟତ ଡିସିବିଏଲ୍ ? କମ୍ପାନୀ ପାଇଁ ଜମି ଅଧୂଗ୍ରହଣ ପାଇଁ ଗ୍ରାମସଭା ହୋଇଥିଲା ଏହାକୁ ସର୍ବସମ୍ମତିକ୍ରମେ ରଦ୍ଦ କରାଯାଇଥିଲା। କିନ୍ତୁ ବେଆଇନ ଭାବେ ସରକାରୀ ଅଧିକାରୀମାନେ ନିଜ ପଦର ଅପବ୍ୟବହାର କରି ଜମି ଅଧୂଗ୍ରହଣ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି । ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ମଧ୍ୟ ନିଜ ପଦର ଅପବ୍ୟବହାର କରି କମ୍ପାନୀକୁ ଜମି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଜମି ଅଧିଗ୍ରହଣ ସମୟରେ ନିୟମିତ ପ୍ରକ୍ରିୟା ଅନୁ ସରଣ ହୋଇନାହିଁ । ତା ସହିତ ଓ ଏଲଏଆରଆର ନିୟମ-୨୦୧୬ ଅନୁଯାୟୀ ଧାରା ୨୧(୩) ଏବଂ ୨୧(୪) ର ନିୟମ ଭଙ୍ଗ ହୋଇଛି। ଜମି ମାଲିକଙ୍କୁ ନୋଟିସ ଓ ଫର୍ମ ଦିଆଯାଇନଥୁବା ଫଳରେ ସେମାନେ ସୂଚନା ଅଧିକାର ନିୟମ ମାଧ୍ୟମରେ ସୂଚନା ଚାହିଛନ୍ତି। ଜମିମାଲିକମାନେ ଦାବି କରିଛନ୍ତି ଯେ ଜମି ଅଧ୍ୱଗ୍ରହଣ ଅଧୂକାରୀ କାର୍ଯ୍ୟାଳୟ ଓ ଡିସିବିଏଲ୍ ? ପକ୍ଷରୁ ଯଥାଚିତ ସୂଚନା ଓ ଅନୁମତି ନ ଦିଆଯାଇ ଜମି ହସ୍ତାନ୍ତର ହୋଇଯାଇଛି। ଏହା ଫଳରେ ଅନେକ ଜମିମାଲିକ ନିଜ ଜମି ଓ ଅଧିକାର ହରାଇଛନ୍ତି।ରାଜଗାଙ୍ଗପୁର ତହସିଲଦାର ଙ୍କୁ ଏନେଇ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଡାଲମିଆ କମ୍ପାନୀ ଓ ଅଧୂକାରୀ ମାନେ ନିଜ ପଦ ର ଅପବ୍ୟବହାର କରି ଆଦିବାସୀ ମାନଙ୍କ ଜମି ଅଧିକାର କରୁଛନ୍ତି ଯାହା ଦ୍ବାରା ଜମି ମାଲିକ ମାନେ ନିଜ ଜମି ହରାଉଛନ୍ତି । ଏନେଇ ଜମି ହରାଇବାକୁ ବସିଥିବା ୩ ଜଣ ଜମି ମାଲିକ ରାଜଗାଙ୍ଗପୁର ଥାନା କୁ ଆସି ଲିଖୁତ ଅଭିଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *