

ରାଜଗାଙ୍ଗପୁର ‘/24/10/2025 :- ଗତ କାଲି ସନ୍ଧ୍ୟା 7ଟା ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଝରଝରା ମହୋତ୍ସବ 25 ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ପ୍ରସ୍ତୃତି ବୈଠକରେ ସ୍ଥାନୀୟ ଏସ ଡି ପି ଓ ବିଭୁତି ଭୂଷଣ ଭୋଇ ଙ୍କ ଅଧକ୍ଷତା ରେ ବୈଠକ କରା ଯାଇ ଥିଲା ପ୍ରାରମ୍ଭ ରେ ଝରଝରା ମହୋତ୍ସବ ର ସଭାପତି ଆନନ୍ଦ ଅଗ୍ରୱାଲ (ପପୁ ବାବୁ) ସ୍ୱାଗତ ଭାଷଣ ଦେଇ ଶାନ୍ତି ଶୃଙ୍ଗଳା ସହ ସମସ୍ତଙ୍କ ସହ ଯୋଗରେ ଏହି ମହୋତ୍ସବ ପର୍ବ ପାଳନ କରାଯିବ ସମସ୍ତଙ୍କ ମତାମତ ଦେବା ପାଇଁ ଅନୁରୋଧ କରିଥିଲେ l ମହୋତ୍ସବ ର ସାଧାରଣ ସମ୍ପାଦକ ଅଶୋକ ଦାସ ବୈଠକ କୁ ପରିଚାଳନା କରି ମହୋତ୍ସବ ର ଦିନ ଧର୍ଯ୍ୟ କରିବା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ l ସ୍ଥାନୀୟ ଥାନା ପ୍ରଭାରୀ ବିଜୟ କିଶୋର ଦାଶ ମହୋତ୍ସବ ଶାନ୍ତି ଶୃଙ୍ଘଳା ରେ କରିବା ପାଇଁ ସମସ୍ତ ସହଯୋଗ ଦେବା ପାଇଁ ମତ ବ୍ୟକ୍ତ କରିଥିଲେ l ବୈଠକ ରେ ପୂର୍ବତନ ସଭାପତି ସଞ୍ଜୟ କୁମାର ବେହୁରା ମୋହନ ଅଗ୍ରୱାଲ, କାର୍ଯକାରୀ ସଭାପତି ଆଶଫକ ଅହମ୍ମଦ( ଗୁଡା ବାବୁ ) ଉପସଭାପତି ରମେଶ ଅଗ୍ରୱାଲ କୋଷଧକ୍ଷ ପବନ କୁମାର ଘୋଗଡିଆ ବରିଷ୍ଠ ସଦସ୍ୟ କୁଲଦୀପ ସିଂ, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଅଵଜଲ ଅହମ୍ମଦ, ରାଜେନ୍ଦ୍ର କୁମାର ବେହେରା ସୁରେଶ ଲାକ୍ରା,ସଞ୍ଚିତା ମହାପାତ୍ର ,ପ୍ରିୟଦର୍ଶନୀ ଭୋଇ, କୁଶଳ ସିଂ, ତନ୍ମୟ ସିଂ କମିଟରେ କିଛି କାର୍ଯକାରୀ ସଦସ୍ୟ ସେମାନଙ୍କ ମଧ୍ୟ ରୁ କିଛି ସଦସ୍ୟ ମୃତ ବରଣ କରିଛନ୍ତି ଏବଂ କିଛି ସଦସ୍ୟ ସହଯୋଗ ନ କରି ଅନୁପସ୍ଥିତି ରହୁଛନ୍ତି ସେମାନଙ୍କ ସ୍ଥାନରେ ନୂତନ ସଦସ୍ୟ ନେବା ପାଇଁ ମତାମତ ଦେଇଥିଲେ l ମିଳିତ ଭାବେ ସମସ୍ତ ଙ୍କ ସହମତୀ ନେଇ ଆଗାମୀ ଡିସେମ୍ବର 19 ଠାରୁ 22ତାରିଖ ପର୍ଯ୍ୟନ୍ତ 4ଦିନ ଧରି ଝର ଝରା ମହୋତ୍ସବପର୍ବ ପାଳନ କରିବା ପାଇଁ ସ୍ଥିର କରା ଯାଇ ଥିଲା l ଶେଷରେ ସୁଜାତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କମିଟି ର ବହୁ ସଦସ୍ୟ ଏବଂ ଶୁଭେଛୁ ମାନେ ଯୋଗ ଦେଇ ଥିଲେ l