“ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ଜୟନ୍ତୀ ଓ ଅଧ୍ୟାପକ ପ୍ରଶାନ୍ତ ବେହେରାଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ”

ଉଦଳା(କ:ବ୍ଯୁ) ତା୨୦/୧୦/୨୫ ଭାରତର ପୂର୍ବତନ ରାଷ୍ଟ୍ରପତି ବୈଜ୍ଞାନିକ ଏପିଜେ ଅବଦୁଲ କାଲାମଙ୍କ ଜୟନ୍ତୀ ଓ ବିଶିଷ୍ଟ ସାହିତ୍ୟିକ ପ୍ରଶାନ୍ତ ବେହେରାଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ଉଦଳା ସନ୍ଧାନ ଗୃହରେ ପ୍ରଶାନ୍ତ ସ୍ମୃତି ପରିଷଦ ଉଦଳା, ଧ୍ୱନି ପ୍ରତିଧ୍ୱନି ପାଠକ ମଞ୍ଚ ଉଦଳା, ଉଦଳା ସାହିତ୍ୟ ସଂସଦ ଓ ସଂସ୍କାର ସାହିତ୍ୟ ପରିଷଦ ଚାନ୍ଦବାଲିର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ସାଧକ ରବିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଦୀକ୍ଷିତ, ଉଦଘାଟିକା ଭାବରେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ମୁଖ୍ୟବକ୍ତା ଭାବରେ ସାହିତ୍ୟପ୍ରେମୀ ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବରେ କିଶୋର ଚନ୍ଦ୍ର ଦାସବାବୁ, ତାରାପଦ ମହାନ୍ତି, ଭୋଳାନାଥ ସାହୁ, ଗୀତାଞ୍ଜଳି ପାଣିଗ୍ରାହୀ ପୂର୍ବତନ ରାଷ୍ଟ୍ରପିତ ଅବଦୁଲ କଲାମ ଓ ସାହିତ୍ୟ ସେତୁ ୰ ପ୍ରଶାନ୍ତ ବେହେରାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡ. କୁମାର ଗୋପାଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ରଜତ କୁମାର ପଣ୍ଡା ବେଦପାଠ କରିଥିଲେ । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଅଧ୍ୟାପକ ଅମରେନ୍ଦ୍ର ମହାପାତ୍ର, ବାସୁଦେବ ନାପିତ, ସୌମ୍ୟ ତ୍ରିପାଠୀ ମଧ୍ୟ ସେମାନଙ୍କ ସ୍ମୃୃତିଚାରଣ କରିଥିଲେ । କାର୍ଯ୍ୟକ୍ରମ ପୁର ଭାଗରେ ଅତିଥିମାନଙ୍କ ଦ୍ୱାରା ସମ୍ପର୍କ ପତ୍ରିକାର ଉନ୍ମୋଚନ ଓ ଲୋକାର୍ପଣ ହୋଇଥିଲା । ଏହି ଅବସରରେ ଉପଖଣ୍ଡର ଗତ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସଂସ୍କୃତି ବିଶ୍ୱାଳଙ୍କୁ ଏପିଜେ ଅବଦୁଲ କଲାମ ସ୍ମୃତି ସମ୍ମାନ, ମୁନା ହାଁସଦାଙ୍କୁ ପ୍ରଶାନ୍ତ ବେହେରା ସ୍ମୃତି ସମ୍ମାନ, ମହିମା ଧର୍ମର ସାଧକ ଛୁଆବାବାଙ୍କୁ ଓ ମେଧାବୀ ଡାକ୍ତରୀ ଛାତ୍ର ସଞ୍ଜିବ ପାଣିଗ୍ରାହୀଙ୍କୁ ଯଥାରୀତି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ପଣ୍ଡିତ ଲକ୍ଷ୍ମୀଧର ପୁଥାଳ, ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ମହାପାତ୍ର, ସୁବ୍ରତ ମହାନ୍ତି, କରୁଣାକର ଦାସ, ଆଶିଷ କୁମାର ମଲ୍ଲିକ ଓ ମୁଖ୍ୟ କର୍ଣ୍ଣଧାର ଶ୍ରୀକାନ୍ତ ବେହେରା ଓ ପତ୍ନୀ ନୟନା ବେହେରା, ସ୍ୱର୍ଗତ ପ୍ରଶାନ୍ତ ବେହେରାଙ୍କ ପତ୍ନୀ ଅବନ୍ତୀ ବେହେରା, ଜାହ୍ନବୀ ପୁଟ୍ଟି ଓ ଆହୁରି ଅନେକ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ଶେଷ ଭାବରେ ଇଂ ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *