

ବାରିପଦା-ବାଲିଆପାଳ(କ:ବ୍ଯୁ)ତା୧୯\୧୦\୨୫ ଶ୍ରୀଅରବିନ୍ଦ ଆଶ୍ରମର ବିଶିଷ୍ଟ ସାଧକ,ଅଧ୍ଯାପକ ପ୍ରପତ୍ତି ମହାଶୟଙ୍କର ଜନ୍ମ ଶତବାର୍ଷିକୀ ଏବଂ ବାଲିଆପାଳ ବ୍ଳକ ଅନ୍ତର୍ଗତ ଜାମଳା ଗ୍ରାମର ଶ୍ରୀଯୁକ୍ତ ରାଖାଲଚନ୍ଦ୍ର ମାହାନାଙ୍କ “ଉପସ୍ଥିତି” ବାସଭବନରେ ତାଙ୍କର କନିଷ୍ଠ ପୁତ୍ର ଶ୍ରୀମାନ ଗୁରୁପ୍ରସାଦଙ୍କର ଜ୍ଯେଷ୍ଠା କନ୍ଯା କୁମାରୀ ଆଦ୍ଯାଶ୍ରୀଙ୍କ ନିରାଡମ୍ବର ଶୁଭଜନ୍ମଦିନ ଏକ ସ୍ବତନ୍ତ୍ର ଶ୍ରୀଅରବିନ୍ଦ ପାଠଚକ୍ର ଆନୁକୁଲ୍ଯରେ ପାଳନ କରାଯାଇଥିଲା।ଏଥିରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଳକ ଓ ପଞ୍ଚାୟତ ସ୍ତରରେ କରୁଣାମୟୀ ଶ୍ରୀମା ଏବଂ ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କର ଅନୁଗାମୀ ଦିବ୍ଯଜୀବନ ଅଭିପ୍ ସୁ ଭାଇ ଓ ଭଉଣୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।ବିଶିଷ୍ଚ ବକ୍ତା କଟକରେ ଅବସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର କଳପଡା ଆଶ୍ରମର ସାଧକ ଶ୍ରୀଯୁକ୍ତ ବିକାଶ ଭାଇ,ବାଲେଶ୍ବର ଜିଲ୍ଲାର ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ମୁଖ୍ୟ ଶ୍ରୀଯୁକ୍ତ ଦୟାନିଧି ଭାଇ ଏବଂ ବସ୍ତା ବ୍ଳକ ଶ୍ରୀଅରବିନ୍ଦ ପାଠଚକ୍ର ର ପରିଚାଳକ ଶ୍ରୀଯୁକ୍ତ ଲକ୍ଷ୍ମଣ ଭାଇ ଉକ୍ତ ସ୍ବତନ୍ତ୍ର ପାଠଚକ୍ରରେ ଯୋଗଦାନ କରି ପ୍ରପତ୍ତି ମହାଶୟ ଯିଏକି ସମଗ୍ର ଓଡ଼ିଶାରେ ଶ୍ରୀଅରବିନ୍ଦ ପାଠଚକ୍ର ପ୍ରସାରର ମୁଖ୍ୟ କର୍ଣଧାର ଥିଲେ।ତାଙ୍କ ଜୀବନ ଚର୍ଯ୍ୟାର ଗୁଣ କିର୍ତ୍ତନ କରିଥିଲେ। ଅଧିବେଶନର ପ୍ରଥମରେ ଜଗଜ୍ଜନନୀ ଶ୍ରୀମା ଓ ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କର ଫଟୋ ଚିତ୍ରରେ ପତ୍ର ,ଫୁଲ ଦେଇ ଖୁବ୍ ସୁନ୍ଦର ଭାବେ ସଜା ଯାଇ ଧୂପ, ପୁଷ୍ପ ଅର୍ପଣ କରାଯାଇଥିଲା।ତତ୍ପରେ ଭାରତର ଆଧ୍ଯାତ୍ମିକ ପତାକା ଉତ୍ତୋନ କରି ବନ୍ଦେମାତରମ ଗାନ କରାଯାଇଥିଲା।ତାପରେ ଶୃଂଖଳାର ସହ ଜଣ ଜଣ କରି ମା’ଙ୍କ ରୁମ୍ କୁ ଯାଇ ଦର୍ଶନ କରିଥିଲେ।ପରେ ଧ୍ଯାନ ଗୃହ ମଧ୍ଯରେ ପ୍ରପତ୍ତି ମହାଶୟଙ୍କର ଫଟୋ ଚିତ୍ରରେଧୂପ ପୁଷ୍ପ ଅର୍ପଣ କରାଯାଇଥିଲା ଏବଂ ଅର୍ଗାନ୍ ମ୍ଯିଜିକ୍ ସହ ନୀରବ ଧ୍ଯାନ କରାଯାଇ ଅଧିବେଶନର କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା। ଶ୍ରୀବିକଶ ଭାଇ ଏବଂ ଦୟାନିଧି ଭାଇଙ୍କର ବକ୍ତବ୍ଯ ଅତି ସାର ଗର୍ଭକ ହୋଇଥିଲା।
ଏହାପରେ ଆଦ୍ଯାଶ୍ରୀଙ୍କର ଶୁଭ ଜନ୍ମଦିନ ଉପଲକ୍ଷେ ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରୁ ଟଫି ସମସ୍ତ ଭାଇ ଭଉଣୀଙ୍କୁ ବଣ୍ଟନ କରାଯାଇଥିଲା ଏବଂ ଜନ୍ମଦିନ ସମ୍ବନ୍ଧୀୟ ଶ୍ରୀମା’ଙ୍କ ବାଣୀ ପଠନ କରାଯାଇଥିଲା। ଆଦ୍ଯାଶ୍ରୀଙ୍କ ଶୁଭ ଜନ୍ମ ଦିନ ଉପଲକ୍ଷେ ତାଙ୍କୁ ସମସ୍ତେ ବଧାଇ ଜଣାଇଥିଲେ। ଏଥି ଉତ୍ତାରୁ ଶ୍ରୀ ନରେନ୍ ଭାଇ ଏବଂ ଆଦ୍ଯାଶ୍ରୀ ଚିରାଚରିତ ଢଙ୍ଗ ରେ ତଥା ସୁଲଳିତ କଣ୍ଠରେ ସଙ୍ଗିତ ଗାନ କରିଥିଲେ।ତାପରେ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରାଯାଇ ଅଧିବେଶନର ସମାପ୍ତ କାର୍ଯ୍ଯକ୍ରମକୁ ଶ୍ରୀମା’ଶ୍ରୀଅରବିନ୍ଦ ଙ୍କର ପାଦ ପଦ୍ମରେ ଅର୍ପଣ କରି ସମାପନ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତ ଭାଇ ଭଉଣୀ ମାନେ ମହାନନ୍ଦରେ ପ୍ରସାଦ ସେବନ କରିଥିଲେ।ଏହାପରେ ଅପରାହ୍ନ ୪ଘଟିକା
ସମୟରେ ଭାରତର ଆଧ୍ଯାତ୍ମିକ ପତାକା ଅବତରଣ କରାଯାଇଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)