ବ୍ରିଜ ଉପରୁ ଡେଇଁ ପଡିଲା, ଦୁଇଦିନ ପରେ ମୃତକ ଉଦ୍ଧାର ହେଲା l

ଗାଇସିଲେଟ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରୁ ଅନ୍ତଃ ସନ୍ଧି ଆଗଲପୁର ବ୍ଲକକୁ ସଂଯୋଗ କରୁଥିବା ଅଙ୍ଗାନଦୀ ଡ୍ରିଜ ପାଖରେ ନଦୀ ପନିପମ୍ପ ରହିଛି l ନଅଗାଁ ପଞ୍ଚାୟତ ଡୁଡୁକାମୁଣ୍ଡା ଗାଁର ଶ୍ରୀ ନିରୋଜ ବାରିକ ପ୍ରାୟ ବୟସ 24,ପିତା ଶ୍ରୀ ପ୍ରସନ୍ନ ବାରିକ କିଛି କାରଣକୁ ନେଇ ଗାଇସିଲେଟ ଯାଇ ଫେରିବା ବାଟରେ ଦୁଇଜଣ ମିଶି ଅଙ୍ଗନଦୀ ପୋଲ ପାଖ ପାଣିଟାଙ୍କି ଉପରେ ଚଢି ସଂଲଗ୍ନ ନଦୀକୁ ଝାମ୍ପ ଡେଇଁ ଅପରାହ୍ନ ଅଢେଇତା ସମୟରେ ନିଖୋଜ ହୋଇଗଲା l ଏ ବିଷୟ ଖବର ପାଇ ଗାଇସିଲେଟ,ଆଗଲପୁର ଓ ପଦ୍ମପୁର ପୋଲିସ ସହିତ ତିନି ଅଗ୍ନିଶମ ବିଭାଗ ପହଂଚି ଖୋଜାଖୋଜିରେ ବ୍ୟସ୍ତ ହେଇଗଲେ l କିନ୍ତ ଦୁଇଦିନ ଧରି ଗାଇସିଲେଟ ଅଗ୍ନିଶମ ପୋଲିସ ଅଧିକାରୀ ଶ୍ରୀ ବିଶ୍ୱାଳ ଆଦେଶ କ୍ରମେ ମଙ୍ଗଳବାର ଅପରାହ୍ନ ଚାରିଟାରୁ ବୁଧବାର ଦିନ ଏକଟାରେ ଖୋଜି ପାଇବାର ସଫଳ ହୋଇଥିଲେ l
ଗାଇସିଲେରରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *