ବ୍ରିଜ ଉପରୁ ଡେଇଁ ଜୀବନ ଚାଲିଗଲା l

ଗାଇସିଲେଟ -15-10-2025
ଗତକାଲି ତା 14-10-2025 ରିଖ ଦୁଇ ଜନ ବନ୍ଧୁ ଗାଧୋଇବାକୁ ଯାଇ ଜଣକର ଜୀବନ ଚାଲିଗଲା l ଜଣେ ଶ୍ରୀ ନିରୋଜ ବାରିକ ବୟସ 24,ପିତା ପ୍ରସନ୍ନ ବାରିକ ଓ ଅନ୍ୟଟି ଛାୟାକାନ୍ତ ସାହୁ ବୟସ ପ୍ରାୟ 30, ପିତା ପ୍ରହଲ୍ଲାଦ ସାହୁ ସାଙ୍ଗ ଦୁଇ ଡୁଡୁକାମୁଣ୍ଡା ଗାଁର ଅଟନ୍ତି l ଉଭୟେ ସାଙ୍ଗ ହୋଇ କଣ୍ଠିପାଲି ଛକଙ୍କୁ ବୁଲିବାକୁ ଆସି ପ୍ରାୟ 2/3ବଜେ ଗାଧୋଇବାକୁ ନଦୀ ଆରପଟକୁ ଆସି ଥିଲେ ଓ ଶୁଣିବାକୁ ମିଳିଛି ଯେ ନିଶାସକ୍ତ ଅବସ୍ଥାରେ ପାଣି ଟାଙ୍କି ଉପରକୁ ଚଢି ଜମ୍ପ କରିଥିଲେ l ଡେଇଁ ପଡି ନିଶଯୋଗୁ ବାହାରି ନ ପରି ମଙ୍ଗଳବାର ଦିନ ନିରୋଜ ବାରିକ ନିଖୋଜ ହୋଇ ଯାଇଥିଲେ l ଏହି ଘଟଣା ହସ୍ତଗତ କରି ଆଗଲପୁର, ଗାଇସିଲେଟ ଓ ପଦ୍ମପୁର ପୋଲିସ ଏବଂ ଅଗ୍ନିଶମ ବାହିନୀ ଯଥାଶୀଘ୍ର ଯଥାସ୍ଥାନକୁ ପହଂଚିଥିଲେ l ଗତ ମଙ୍ଗଳବାରରୁ ଆଜି ବୁଧବାର ସମୟ ପ୍ରୟ 11ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ l ନିରୋଜ ବାରିକଙ୍କ କିଛି ପତ୍ତା ମିଳି ନ ଥିଲା l ଠିକ ବାରଟାରେ ନିଖୋଜ ଥିବା ସ୍ଥାନରେ ପୁଣି ମୁତ ଦେହ ମିଳିଥିଲା l ଏହି ମୃତଦେହ ଉଦ୍ଧାର ପରେ ଡୁଡୁକାମୁଣ୍ଡା ଓ ନଅଗାଁ ଗ୍ରାମପଞ୍ଚାୟତ ରୁ ଲୋକେ ରାସ୍ତାରୋକ କରି ମୃତକ ଗରିବ ପରିବାରକୁ ଦଶ ଲକ୍ଷ୍ୟ ଟଙ୍କା ସାହାଯ୍ୟ ମିଳିବାକୁ ଅଧିକାରୀଙ୍କ ଥରେ ବିନୀତ ଅନୁରୋଧ କରି ଆଶ୍ୱାସନା ମୁଳୁକ ମନ୍ତବ୍ୟ ଶୁଣି ଥିଲେ l ଗାଇସିଲେଟ ଜଳାଯୋଗଣ କୂଅ ଉପର ଘେରରେ ଘଟଣା ଘଟିଥିବାରୁ ଗାଇସିଲେଟ ଅଗ୍ନିଶମ ବାହିନୀ ଅଗାଧ ପରିଶ୍ରମ କରି ସଫଳ ହୋଇଛନ୍ତି l ଦାୟିତ୍ୱରେ ଥିବା ଶ୍ରୀ ବିଶ୍ୱାଳ ସାରଙ୍କୁ ସାଧାରଣ ଜନତା ଓ ପୋଲିସ ବହୁ ପ୍ରଶଂସିତ କରିଥିଲେ ll ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *