ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ

ପାଟଣାଗଡ଼- ୧୦/୧୦ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହଜପାଣି ପଞ୍ଚାୟତ ଫୁଲୁକିମୁଣ୍ଡା ପଞ୍ଚାୟତ ହାଇସ୍କୁଲ ଠାରେ ଉଆଇ ସି ଡି ଏ ସଂସ୍ଥା ତରଫରୁ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଉଆଇ ସି ଡି ଏ ବ୍ଲକ କୋଡ଼ିନେତଟର ଉମେଶ ଗୁପ୍ତା ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜି ପି ଡି ଓ ପରମେଶ୍ବର ନାଏକ , ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ବେହେରା , ଶିକ୍ଷକ ଭୁବନେଶ୍ୱର ପୃଷ୍ଟି , ଶିକ୍ଷକ ଅମରର୍ସିଂ ମାଝୀ , ଶିକ୍ଷକ ନିଳୀମା ମିଶ୍ର , ଶିକ୍ଷକ ଅତାସି ସାହୁ , ଉଆଇ ସି ଡି ଏ ବେଲପଡ଼ା ବ୍ଲକ କୋଡ଼ିନେଟର ସର୍ବେଶ୍ଵର ଗଡତ୍ୟ , ପ୍ରଭାତୀ ସ୍ୱାଇଁ , ସାମ୍ବାଦିକ ତାପସ ରଞ୍ଜନ ବେହେରା , ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ମଞ୍ଚସିନ ହୋଇଥିଲେ । ଏହି ଅବସରରେ ଅତିଥି ମାନେ ମାନସିକ ରୋଗ ରୁ ମୁକ୍ତି ପାଇବା ବିଷୟରେ କହିଥିଲେ । ଏହା ସହ ମାନସିକ ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କହିଥିଲେ । ଏହି ଅବସରରେ ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ, ସ୍ଵେଚ୍ଛାସେବୀ କର୍ମୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଉମେଶ ଗୁପ୍ତା ଧନ୍ୟବାଦ ସମସ୍ତଙ୍କୁ ଅର୍ପଣ କରି ସଭା ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *