ବିଶ୍ଵ ଡାକ ଦିବସ 🙏 9th Oct : World Post Day

ଅଘଟଣ ଅବା ଘଟଣା ଖବର
ଘୂରଇ କାନରୁ କାନ,
ଲିଖିତ ଖବର ହାତରୁ ହାତକୁ
ବୋହିନେଇଥାଏ ଜନ ।

ରାଜା-ରାଜୁଡ଼ାଙ୍କ ଶାସନ କାଳରେ
ଦୂତ ବା ପତ୍ରବାହକ,
ଖବରକୁ ନେଇ ପହଞ୍ଚାଇଥାଏ
ଯାହା ଯେ’ କଷ୍ଟଦାୟକ ।

ଖ୍ରୀଷ୍ଟପୂର୍ବ’ଠାରୁ ପ୍ରଚଳିତ ଧାରା
ଖବର କାଳ-ସାପେକ୍ଷ,
ସହଜ ସୁଲଭ ପ୍ରକ୍ରିୟା ଚିନ୍ତନ
ବ୍ଯବସ୍ଥାରେ ସୃଷ୍ଟ ଡାକ ।

ୟୁରୋପ ଶାସକ ଆରମ୍ଭିଲେ ଡାକ
ସୁବ୍ଯବସ୍ଥା ଆଧୁନିକ,
ଅନୁକରଣରେ ସମଗ୍ର ବିଶ୍ବରେ
ଡାକ ବ୍ଯବସ୍ଥା ବ୍ଯାପକ ।

ଯେ’ ସତର ଶହ ଚୌଷଠି ଖ୍ରୀଷ୍ଟାବ୍ଦେ
ଇଷ୍ଟିଣ୍ଡିଆ କମ୍ପାନୀର,
ବମ୍ବେ କଲିକତା ମାଡ୍ରାସେ ଆରମ୍ଭ
ହୁଏ ଡାକ ବ୍ଯବସ୍ଥାର ।

ଦେଢ଼ଲକ୍ଷାଧିକ ଡାକଘର ଏବେ
ଆମ ଦେଶେ କାର୍ଯ୍ୟରତ,
ପୋଷ୍ଟକାର୍ଡ଼ ଆଉ ଇନଲ୍ୟାଣ୍ଡ ଲେଟର୍
ଲଫାପା ସାଥେ ଟିକେଟ ।

ଊଣେଇଶ ଶହ ଅଣସ୍ତୋରି ସାଲ
ଅକ୍ଟୋବର ନବ ଦିନ,
ପ୍ରସ୍ତାବ ଜାପାନ ସରକାର ବିଶ୍ଵ
ଡାକ ଦିବସ ପାଳନ ।

ବିଶ୍ଵ ସଂଘ ସର୍ବ ସମ୍ମତିରେ ତାହା
ଆଜ ଦିନ ସ୍ମରଣୀୟ,
ପ୍ରକୃତରେ ଡାକ ବ୍ୟବସ୍ଥା ରାଷ୍ଟ୍ରର
ସୁଖେ-ଦୁଃଖେ ବନ୍ଦନୀୟ ।

ଚିଠିପତ୍ର ସର୍ବ ଆଦାନ ପ୍ରଦାନ
ଡାକ ମାଧ୍ୟମେ ସହଜ,
ସ୍ବଳ୍ପ ଖର୍ଚ୍ଚେ ସର୍ବେ କାର୍ଯ୍ୟ ସମ୍ପାଦନେ
ଲଭନ୍ତି ଖୁସି – ମଉଜ ।

ଡାକ ବିଭାଗୀୟ କର୍ମକର୍ତ୍ତାମାନେ
ଲଭନ୍ତୁ ଶ୍ରଦ୍ଧା-ସମ୍ମାନ,
ଶୁଭ ବିଶ୍ଵ ଡାକ ଦିବସେ ଶୁଭେଚ୍ଛା
ସର୍ବେ ଭବନ୍ତୁ ସୁଖିନଃ ।

Leave a Reply

Your email address will not be published. Required fields are marked *