ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଶାରଦୀୟ ବନ୍ଧୁ ମିଳନ।

ଚଣ୍ଡିଖୋଲ ୫/୧୦(କ ଵ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ର ୧୯୮୪ମସିହା+୨କଳା ଛାତ୍ର ଛାତ୍ରୀ ଙ୍କର ଏକ ଶାରଦୀୟ ବନ୍ଧୁ ମିଳନ ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ଛତିଆ ସ୍ଥିତ ଅମରାବତୀ ମଠ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ୨୦୧୨ମସିହାରୁ ଆରମ୍ଭ ହୋଇ ଥିବା ଏହି ୧୪ତମ ବନ୍ଧୁ ମିଳନ ଉତ୍ସବରେ ପୁରାତନ ଛାତ୍ର ଛାତ୍ରୀ ମାନେ ଦୀର୍ଘ ୪୧ବର୍ଷ ତଳର କଲେଜ ଜୀବନରେ, ତତ୍କାଳୀନ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଶିକ୍ଷାଦାନ ଶୈଳୀ, ସହପାଠୀ ସହପାଠିନୀ ମାନଙ୍କ ମଧ୍ୟରେ ଥିବା ସୁସମ୍ପର୍କ, ଗୁରୁ ଶିଷ୍ୟ ପରମ୍ପରା, ପୂଜ୍ୟପୂଜା ଆଦର, ଶୈକ୍ଷୀକ ପରିବେଶ, ଅନୁଶାସନ ର ସ୍ମୃତି କୁ ମନେପକାଇ ଭାବ ବିହ୍ୱଳ ହେବା ସହିତ ନିଜନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ।ଆଜିର ବନ୍ଧୁ ମିଳନରେ ସ୍ଵର୍ଗାରୋହଣ କରିଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।ପୁରାତନ ଛାତ୍ର ଲୋକନାଥ ବେହେରା , ଶରତ ଚନ୍ଦ୍ର ପାତ୍ର, ନକୁଳ ସିଂହ, ଅରୁଣ ଦାସ, ସୁଧାକର ବିଶ୍ୱାଳ, ଛାତ୍ରୀ ସୁଚିତ୍ରା ବିଶ୍ବାଳ ଅଶୋକ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଭୋଜି ଭାତ ର ଅୟୋଜନ କରାଯାଇଥିଲା । ଏହି ବନ୍ଧୁ ମିଳନ ଉତ୍ସବରେ ୬୦ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *