“ବୁଢାମରା–ଚାକୁଳିଆ’ ନୂତନ ବ୍ରଡ଼ ଗେଜ ରେଳ ଲାଇନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ”

ବାରିପଦା(କ:ବ୍ଯୁ)ତା୧୭\୦୭\୨୫
୧୯୮୯ ମସିହାର ରେଳବାଇ ଆଇନର ଧାରା ୨୦(କ) ଅନୁଯାୟୀ ପ୍ରାଥମିକ ଗେଜେଟ ନୋଟିଫିକେସନ୍ ରେ ସାରସକଣା ଓ ବାଙ୍ଗରିପୋଷୀ ତହସିଲ୍ ଅଧୀନରେ “ବୁଢାମରା–ଚାକୁଳିଆ” ନୂତନ ବ୍ରଡ଼ ଗେଜ ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଅନ୍ତର୍ଗତ ସମୁଦାୟ ୫୯. ୯୬ କିମି ମଧ୍ୟରୁ ମୟୂରଭଞ୍ଜର ୧୬.୨୦ କି.ମି. ଅଂଶ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁଥିରେ ବାଙ୍ଗରିପୋଷୀ ଓ ସାରସକଣାର ୨୩ଟି ଗ୍ରାମର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି।

ଉକ୍ତ ପ୍ରକଳ୍ପ ସମ୍ବନ୍ଧିତ ଅଧିଗୃହୀତ ହେବାକୁ ଥିବା ଜମିର କ୍ଷତି ପୂରଣ ବଣ୍ଟନକୁ ସହଜ ଓ ସୁଗମ କରିବା ନିମନ୍ତେ ଗଜେଟ୍ ନୋଟିଫିକେସନ୍ ଅନୁସାରେ ଉକ୍ତ ଦୁଇ ତହସିଲ ଅଧିନସ୍ଥ ଗ୍ରାମଗୁଡିକର ଜମି ଅଧିଗ୍ରହଣ ସମ୍ଭନ୍ଧୀୟ RoR (ଖତିଆନ)ରେ Suo Motto (ନିଜ ଇଛା ମୁତାବକ) Column–2ର ସଂଶୋଧନ ପ୍ରକ୍ରିୟା ରାଜସ୍ବ ଆଇନ ଓ ନିୟମ ଅନୁପାଳନ ସହ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରି, ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବାଙ୍ଗରିପୋଷୀ ଓ ସାରସକଣା ତହସିଲଦାରଙ୍କୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଜିଲ୍ଲାବାସୀଙ୍କ ବୃହତ୍ତର ସ୍ୱାର୍ଥ ସାଧନ ତଥା ଆଗାମୀ ଦିନରେ ଜିଲ୍ଲାରେ ରେଳ ସେବାର ଉନ୍ନତି ନିମନ୍ତେ ଉକ୍ତ ଜମି ଅଧିଗ୍ରହଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳର ଜନସାଧାରଣଙ୍କୁ ନିବେଦନ କରାଯାଉଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *