
ବାରିପଦା-ଉଦଳା(କ:ବ୍ଯୁ) ୦୫/୧୦\୨୫ – ମୟୂରଭଞ୍ଜ ବାରିପଦା ମହରିର ସଂଘ ଦ୍ୱାରା ଉଦଳା ବିଧାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବାରିପଦା ମହରିର ସଂଘର ସଭାପତି ଶରତ ନାୟକ ଓ କର୍ମକର୍ତ୍ତାମାନେ ଆଜି ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କ ଉଦଳାସ୍ଥିତ ବାସଭବନକୁ ଆସି ତାଙ୍କୁ ପୁଷ୍ପଗୁଚ୍ଛ, ଏକ ପୁସ୍ତକ ତଥା ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଛନ୍ତି । ଶ୍ରୀ ମଢ଼େଇ ପୂର୍ବରୁ ବିଧାନ ସଭାରେ ମହରିର ମାନେ ଅବସର ସମୟରେ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପାଇଁ ସରକାରଙ୍କ ନିକଟରେ ଦାବି କରାଇ ଅନୁମୋଦନ କରିଥିବା ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ । ସବୁ ଜିନିଷ ର ଦରଦାମ ବୃଦ୍ଧି ହୋଇଥିବା ବେଳେ ଉକ୍ତ ଅନୁକମ୍ପା ରାଶିକୁ ବୃଦ୍ଧି କରାଇବାକୁ ପୁନର୍ବାର ସହଯୋଗ ମାଗିଥିଲେ । ବିଧାୟକ ଶ୍ରୀ ମଢ଼େଇ ସେତେବେଳେ ୮୫ ଜଣ ବିଧାୟକଙ୍କୁ ଅନୁମୋଦନ କରାଇ ମହରିର ସଂଘକୁ ସହଯୋଗ କରିଥିବାର ପ୍ରକାଶ କରିବା ସହିତ ପୁନର୍ବାର ସଂଘର ଅନୁରୋଧ ରକ୍ଷା କରି ମୁଖ୍ୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କ ସହ ସଂଘ କର୍ମକର୍ତ୍ତାମାନଙ୍କୁ ନେଇ ସାକ୍ଷାତ କରାଇବା ସହିତ ବ୍ୟକ୍ତିଗତ ଭାବେ ଦାବି ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉକ୍ତ ସମ୍ବର୍ଦ୍ଧନା ସମୟରେ ରାଜ୍ୟ ମହରିର ସଂଘର ଉପସଭାପତି ତଥା ବାରିପଦା ମହରିର ସଂଘର ସମ୍ପାଦକ ସଙ୍ଗ୍ରାମ ଶତପଥି, କୋଷାଧ୍ୟକ୍ଷ ପିତାମ୍ବର ମଲ୍ଲିକ ଙ୍କ ସମେତ ଗୋପବନ୍ଧୁନଗର ବ୍ଲକର ବିଧାୟକ ପ୍ରତିନିଧି ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)