“ନାଗ ପାଳ ଦୃର୍ଗା ପୂଜା କମିଟି ର ରାବଣ ପୋଡି ଉତ୍ସବ ଅନୁଷ୍ଠିତ”

ବାରିପଦା-ଉଦଳା,ତା ୫/୧୦/୨୦୨୫(କ:ବ୍ଯୁ) କପ୍ତିପଦା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା  ସହର ର ନାଗପାଳ ଗ୍ରାମ ରେ ଆଜି ଶାନ୍ତି ଶୃଙ୍ଖଳା ର ସହିତ ରାବଣ‌ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଦଶହରା ଦିନ‌‌ ଲଘୁଚାପ ଜନିତ ପ୍ରବଳ‌ ଝଡ଼ ତୋଫାନ‌ବର୍ଷା ହୋଇଥିବାରୁ କମିଟି  ର ସିଦ୍ଧାନ୍ତ ଅନୁଯାଇ ରବିବାର ଦିନ‌ ସଂଧ୍ୟା ୬ ଘଟିକା ରେ ରାବଣ ପୋଡି ଉତ୍ସବ ପାଳନ ହୋଇଛି ।ଆଜି ସକାଳୁ‌ ଠାରୂ‌ ମେଘାଛନ୍ନ ପାଗରେ ସମସ୍ତ ସଦସ୍ୟ ମନୋବଳକୁ ଦୃଢ଼ତାର ସହିତ ସମସ୍ତ କାର୍ଯ୍ୟ ସମାପନ କରି ଯଥା ବିଧିରେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି ।ଡିଜିଟାଲ  ବିଶାଳ ରାବଣ  କୁ ଯୁଦ୍ଧ ହାବେଳି ରେ ପ୍ରଥମେ ଅଗ୍ନି ‌ସଂଜୋଘ କଲେ କମିଟୀର ବରିଷ୍ଠ ଉପଦ୍ଦେଷ୍ଟା ଅମିତ କୁମାର ସେନ୍ ଓ ବିଦ୍ୟଧର ବାରିକ ।ଏହାପରେ ବିଭିନ୍ନ‌ ପ୍ରକାର‌ ଅତଶବାଜି‌ ବାଣ ହାବେଳି,କୁଦୁମଝାଡ  ଓ ରଙ୍ଗ ବେରଙ୍ଗ ର ଙ୍କୁମ୍ପି ଲଗାଯାଇଥିଲା ।ଖଣ୍ଡ ମଣ୍ଡଳ ରୁ ବହୁ ଲୋକ ସମାଗମ ହୋଇଥିଲେ ।ଉଦଳା ପୋଲିସ ପ୍ରଶାସନ  ଅଗ୍ନିଶମ ବିଭାଗ ଓ କମିଟିର ସଦସ୍ୟ ମାନେ ସଜାଗ ହୋଇ ଶାନ୍ତିଶୃଙ୍ଖଳା ରକ୍ଷାକରି ଥିଲେ ।ଉପଦ୍ଦେଷ୍ଟା ନାରାୟଣ ପଟ୍ଟନାୟକ, ନିହାର ରଞ୍ଜନ ମୋଦୀ,ସଭାପତି ଚିତ୍ତରଞ୍ଜନ ବାରିକ,ସମ୍ପାଦକ ନନ୍ଦ କିଶୋର ବିନ୍ଧାଣି ,ଉପସଭାପତି କୃଷ୍ଣ ଚୈତନ୍ୟ ସଦୁଆଳ, କୋଷାଧ୍ୟକ୍ଷ ସ୍ବରୂପ କୁମାର ଭୂୟାଁ, ସହ ସମ୍ପାଦକ ଆର୍ଦ୍ଦଶ ଜେନା,ପ୍ରଣକୃଷ୍ଣ ବେରା,ବିଶ୍ବ ରଞ୍ଜନ ମୋଦୀ, ମନୋରଞ୍ଜନ ବାରିକ,ଚିନ୍ମୟ ବାରିକ,ମିଲୁ କଲିଆ,ସଞ୍ଜୟ ପୁହାଣ ,ଟୁନା ରାଉତ ,ବାବୁ ରାଉତ,ପ୍ରଦ୍ୟୁମ୍ନ ରାଉତ ,ସାମଲ ବାବୁ ପ୍ରମୁଖ ରାବଣ ପୋଡି ରେ ମୁଖ୍ୟ ଭୂମିକା ଗ୍ରହଣ କରି ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *